ଝାରସୁଗୁଡା ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନବ ଦାସ ବିଜେଡିକୁ ଯିବେନି । ଏଭଳି ଚର୍ଚ୍ଚାରେ ସେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ସେ କଂଗ୍ରେସରେ ରହିବେ ଓ ୨୦୧୯ରେ କଂଗ୍ରେସରୁ ନିବାଚନ ଲଢିବେ ବୋଲି ସ୍ପଷ୍ଟ କରିଛନ୍ତି । କଂଗ୍ରେସ ଛାଡି ବିଜେଡିକୁ ଯିବା ନେଇ ଚାଲିଥିବା ଚର୍ଚ୍ଚା କେବଳ ଚର୍ଚ୍ଚାରେ ରହୁ ବୋଲି ସେ କହିଛନ୍ତି । ଆଉ ସେମିତି କିଛି ହେଲେ ଜଣାଇବି ବୋଲି କହିଛନ୍ତି ନବ ଦାସ । କିଛି ଦିନ ହେବ ବିଜେଡିରେ ନବ ଦାସ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏମିତିକି ବିଭିନ୍ନ ସମୟରେ ତାଙ୍କର ବକ୍ତବ୍ୟ ଏଭଳି ଚର୍ଚ୍ଚାକୁ ଖୋରାକ ଯୋଗାଉଥିଲା ।

LEAVE A REPLY

Please enter your comment!
Please enter your name here