କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଜାନୁୟାରୀ 25 ତାରିଖରେ ଓଡିଶା ଗସ୍ତ କରୁଛନ୍ତି. ତେବେ ପୂର୍ବରୁ ରାହୁଲଙ୍କ ଗସ୍ତ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଥିଲେ ଏବଂ ତାଙ୍କର ସଭା କଟକରେ ହେବ ବୋଲି ସୂଚନା ମିଳିଥିଲା. ହେଲେ ବର୍ତ୍ତମାନ ତାଙ୍କ ସଭା କଟକ ନୁହେଁ, ବରଂ ଭୁବନେଶ୍ୱରରେ ହେବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି. ଭୁବନେଶ୍ୱରର ତମାଣ୍ଡୋ କିମ୍ବା ବରମୁଣ୍ଡା ପଡିଆରେ ଏହି ସଭା ଅନୁଷ୍ଠିତ ହେବ ବୋଲି ନିରଞ୍ଜନ କହିଛନ୍ତି. 25 ତାରିଖ ଦିନ ସକାଳ 10ଟାରୁ ଏହା ଆରମ୍ଭ ହୋଇ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି.

LEAVE A REPLY

Please enter your comment!
Please enter your name here