ରାୟଗଡା ଜିଲ୍ଲାର ଆନ୍ଧ୍ର ସୀମାନ୍ତ ଅନିଜା ଅଞ୍ଚଳରେ ହାତୀ ଉପଦ୍ରବ । ପାଞ୍ଚ ଦିନ ଧରି ଆନ୍ଧ୍ରରୁ ହାତୀପଲ ଆସି ତିନୋଟି ଗ୍ରାମର ଚାଷିଙ୍କ ଫସଲ ନଷ୍ଟ କରିଦେଇଛନ୍ତି । କିଛି ଲୋକଙ୍କ ଘର ଭାଙ୍ଗି ଦେଇଥିବାବେଳେ ଆସବାବ ପତ୍ର ନଷ୍ଟ କରିଦେଇଛନ୍ତି । ଏପରିକି ଅମଳ ପରେ ସାଇତି କରି ରଖାଯାଇଥିବା ପାଖାପାଖି ୬୦ ବସ୍ତା ଧାନ ଖାଇବା ସହ ନଷ୍ଟ କରି ଦେଇଛନ୍ତି । ବନ ବିଭାଗର କର୍ମଚାରୀ ମାନେ ଗାଁରେ ପଇଁତରା ମାରିଥିଲେ ମଧ୍ୟ ହାତୀପଲକୁ ଘଉଡାଇ ପାରୁନାହାଁନ୍ତି । ହାତୀପଲଙ୍କୁ ନେଇ ଗାଁର ଲୋକମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି । କିଛି ଲୋକ ଭୟରେ ଗାଁ ଛାଡିଥିବା ମଧ୍ୟ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here