ମଙ୍ଗଳବାରଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଅଭୟାରଣ୍ୟ. ଗତ ଜାନୁୟାରୀ 6 ତାରିଖରୁ 14 ତାରିଖ ଯାଏଁ କୁମ୍ଭୀର ଗଣନା ନିମନ୍ତେ ଏହାକୁ ପର୍ଯ୍ୟଟକଙ୍କ ପ୍ରବେଶ ପାଇଁ ବନ୍ଦ କରାଯାଇଥିଲା. ବର୍ତ୍ତମାନ ଏହି ଗଣନା କାର୍ଯ୍ୟକ୍ରମ ସରିଯିବାରୁ ପୁଣି ପର୍ଯ୍ୟଟକଙ୍କ ନିମନ୍ତେ ଏହାକୁ ଖୋଲାଯାଇଛି. ଭିତରକନିକା ଅଭୟାରଣ୍ୟ ବୁଲିବା ପାଇଁ ପ୍ରତିଦିନ ଏଠାରେ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳେ. ଏହାଛଡା ଏଠାରେ ଥିବା ପ୍ରାକୃତିକ ପରିବେଶକୁ ପର୍ଯ୍ୟଟକ ମନଭରି ଉପଭୋଗ କରିଥାନ୍ତି. ଦେଶ ବିଦେଶରୁ ମଧ୍ୟ ବହୁ ପର୍ଯ୍ୟଟକ ଏହି ଅଭୟାରଣ୍ୟ ଦେଖିବାକୁ ଆସିଥାନ୍ତି.

LEAVE A REPLY

Please enter your comment!
Please enter your name here