ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ସରକାର ଭୋଟର୍ସକୁ ପ୍ରଲୋଭନ କରିବା ପାଇଁ ଏକ ନୂଆ ଚାଲ୍ ଚଲେଇ ପାରନ୍ତି. ତେବେ ମଧ୍ୟମ ଶ୍ରେଣୀର ଲୋକଙ୍କୁ ଖୁସି କରିବା ପାଇଁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଟିକସ ଅବ୍ୟାହତି ସୀମାକୁ ଦୁଇଗୁଣ ବଢାଇପାରନ୍ତି ବୋଲି ସୂଚନା ମିଳିଛି. ଫଳରେ ବେତନଭୋଗୀ କର୍ମଚାରୀଙ୍କ ପାଇଁ ଏହା ବଢି 2.5 ଲକ୍ଷରୁ 5 ଲକ୍ଷ ହୋଇଯିବ. ନୋଟବନ୍ଦୀ ପ୍ରଭାବ ପଡିଥିବା ମଧ୍ୟମ ଶ୍ରେଣୀର ବ୍ୟକ୍ତିଙ୍କୁ ଏଥିରୁ ସ୍ୱଳ୍ପ ଲାଭ ମିଳିବ. ଅନ୍ତରୀଣ ବଜେଟରେ ଅଧିକ ଡିମାଣ୍ଡ ରହିଛି,ମାତ୍ର ସବୁ ଡିମାଣ୍ଡକୁ ପୂରା କରିବା ସମ୍ଭବ ନହେଁ. ହେଲେ ଆଗକୁ ନିର୍ବାଚନ ଆସୁଥିବାରୁ ମୋଦି ସରକାର ଲୋକଙ୍କୁ ନିଜ ହାତମୁଠାରେ ରଖିବା ପାଇଁ ନିହାତି ଭାବରେ ଚେଷ୍ଟା କରିବେ ବୋଲି ଜଣାପଡିଛି.

LEAVE A REPLY

Please enter your comment!
Please enter your name here