ମଙ୍ଗଳବାର ପ୍ରୟାଗରାଜରେ ପ୍ରଥମ ସାହି ସ୍ନାନ ସହ ଅର୍ଦ୍ଧକୁମ୍ଭ ମେଳା ଆରମ୍ଭ ହୋଇଯାଇଛି. ମଙ୍ଗଳବାର ଭୋର ସମୟରେ ପ୍ରଥମେ ସାଧୁସନ୍ଥମାନେ ସ୍ନାନ କରି ଏହି ମେଳାକୁ ଆରମ୍ଭ କରିଛନ୍ତି. ଧାର୍ମିକ-ଆଧ୍ୟାତ୍ମିକ-ସାଂସ୍କୃତିକ ମେଳା କୁହାଯାଉଥିବା କୁମ୍ଭମେଳା 45 ଦିନ ଧରି ଚାଲିବାକୁ ଥିବାବେଳେ ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ 15 କୋଟିରୁ ଅଧିକ ଶ୍ରଦ୍ଧାଳୁ ଯୋଗ ଦେବେ. କିମ୍ବଦନ୍ତି ଅନୁସାରେ, ପ୍ରଥମ ସାହି ସ୍ନାନ ସ୍ୱର୍ଗର ଦ୍ୱାର ସ୍ୱରୂପ ହୋଇଥାଏ. ଯାହା ମଙ୍ଗଳବାର ଭୋର୍ 5.30ରୁ ଆରମ୍ଭ ହୋଇସାରିଛି ଏବଂ 4.30 ପର୍ଯ୍ୟନ୍ତ ଏହା ଚାଲିବ. ଶ୍ରଦ୍ଧାଳୁଙ୍କ ପାଇଁ ଗଙ୍ଗାନଦୀ କୂଳରେ 3,200 ଏକରରେ ଏକ ଛୋଟ ସହର ଭଳି କରାଯାଇଛି. ସେଠାରେ ଟେଣ୍ଟର ମୂଲ୍ୟ ପ୍ରତି ରାତି 2100ରୁ ଆରମ୍ଭ କରି 20,000 ପର୍ଯ୍ୟନ୍ତ ରହିଛି. ଅନ୍ୟପଟେ ହେବାକୁ ଥିବା ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଥିବା ସୂଚନା ମିଳିଛି.

 

LEAVE A REPLY

Please enter your comment!
Please enter your name here