‘କାଳିଆ’ ରାଜ୍ୟ ସରକାରଙ୍କର ସବୁଠାରୁ ବଡ ଯୋଜନା । ୧୦ ହଜାର କୋଟି ଟଙ୍କାର ଏହି ଯୋଜନା ରାଜ୍ୟର ଚାଷୀଙ୍କ ବିକାଶରେ ସାହାର୍ଯ୍ୟ କରିବ । କେବଳ ଓଡିଶା ନୁହେଁ ସାରା ଦେଶର ଚାଷୀଙ୍କ ଉନ୍ନତି ପାଇଁ ଏହା ଏକ ଆଦର୍ଶ ଯୋଜନା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଭୁବନେଶ୍ୱରସ୍ଥିତ ବରମୁଣ୍ଡା ପଡିଆରେ କୃଷି ଓଡିଶା କାର୍ଯ୍ୟକ୍ରମକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର ୯୨ ପ୍ରତିଶତ ଚାଷୀ, ଛୋଟ ଚାଷୀ, ଭାଗ ଚାଷୀ ଓ କୃଷି ଶ୍ରମିକ ଭାବେ କାର୍ଯ୍ୟ କରୁଥିବାବେଳେ କାଳିଆ ଯୋଜନାରେ ଏମାନେ ସମସ୍ତେ ଉପକୃତ ହେବେ । ରବି ଓ ଖରୀଫ ଋତୁ ପାଇଁ ସହାୟକ ସହିତ ବିନା ସୁଧରେ ଋଣ , ବିମା ସୁବିଧା ଓ ଜୀବିକା ସୁବିଧାର ସବୁ ବ୍ୟବସ୍ଥା ଏଥିରେ ରହିଛି । ୫ ଦିନ ଚାଲିବାକୁ ଥିବା କୃଷି ଓଡିଶା ମହୋସôବରେ କୃଷି ଓ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ବିଶିଷ୍ଟ କୃଷି ଅର୍ଥନୀତିଜ୍ଞ ଡ.ଅଶୋକ ଗୁଲାପି ଯୋଗଦେଇ କାଳିଆ ଯୋଜନା ସମ୍ପର୍କରେ ସୁଚନା ଦେଇଥିଲେ । ଏହି ୫ ଦିନିଆ କର୍ମଶାଳାରେ ଜାତୀୟ ସ୍ତରର କୃଷୀବିତ୍ , ପୁଞ୍ଜିନିବେଶକାରୀ ଓ ବିଭାଗୀୟ ପଦାଧିକାରୀମାନେ ଯୋଗ ଦେଉଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୫ଜଣ ଆଗୁଆ ଚାଷୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

LEAVE A REPLY

Please enter your comment!
Please enter your name here