ଜବଲପୁରରେ ସାମାନ୍ୟ ଜଣେ ଅଟୋ ଚାଳକଙ୍କ ଝିଅ ସିଭିଲ ଜଜ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି. ଅଟୋ ଚାଳକ ଚନ୍ଦୁଆଲ ଚୌହାନଙ୍କ ଝିଅ ପୂର୍ତ୍ତି ତିୱାରୀ 327 ନମ୍ବର ରଖିଥିବା ବେଳେ ଆଉ ଜଣେ ଝିଅ ସ୍ୱାତୀ 279 ନମ୍ବର ରଖିଛନ୍ତି. ଝିଅମାନଙ୍କ ପାଇଁ ବାପା ଚନ୍ଦୁଆଲ ଗର୍ବ ଅନୁଭବ କରିଥିବା ପ୍ରକାଶ କରିଛନ୍ତି. ଅନ୍ୟପଟେ ସିଭିଲ ଜଜ୍ ବନିବା ପାଇଁ 8-10 ଘଣ୍ଟା ପରିଶ୍ରମ କରୁଥିଲେ ଏବଂ ଇଣ୍ଟରଭ୍ୟୁ ଫେସ୍ କରିବା ପାଇଁ ନିଜ ଉପରେ ଭରସା ମଧ୍ୟ ରଖିଥିଲେ ବୋଲି କହିଛନ୍ତି ସ୍ୱାତୀ. ତେବେ ବାପା ମାଙ୍କ ପ୍ରେରଣା ତାଙ୍କୁ ଆଜି ଏହି ଜାଗାରେ ପହଞ୍ଚାଇଛି ବୋଲି କହନ୍ତି ସ୍ୱାତୀ. ଏହାଛଡା ସେ ଘରେ ପିଲାଙ୍କୁ ଟ୍ୟୁସନ ମଧ୍ୟ ଦିଅନ୍ତି ଆଉ ଖାଲି ସମୟ ପାଇଲେ ନିଜ ପଢାରେ ଧ୍ୟାନ ଦିଅନ୍ତି. ଅନ୍ୟପଟେ ପୂର୍ବି କହିଛନ୍ତି ସଫଳତା ହାସଲ କରିବାକୁ ହେଲେ କଠିନ ପରିଶ୍ରମ ଓ ଧର୍ଯ୍ୟ ରଖିବା ଉଚିତ.ସିଭିଲ ଜଜ ବନିବାର ସ୍ୱପ୍ନ ପିଲାବେଳୁ ଦେଖିଥିବା ପୂର୍ବି ଯେତେବେଳେ 6 ଅଗଷ୍ଟ 2017ରେ ଇନ୍ଦୋର ଯାଇଥିଲେ, ଜଣେ ସିଭିଲ ଜଜ ହୋଇ ଫେରିବେ ବୋଲି ସେ ପ୍ରତିଜ୍ଞା କରିଥିଲେ.