ବିଜେଡ଼ି ଦଳରେ ଥିଲେ, ସୋସିଆଲ୍ ମିଡିଆରେ ତାତ୍ସଲ୍ୟ କରି ଲେଖୁଥିଲେ । ନ କହି ନ କହି ସବୁ ବଖାଣୁଥିଲେ । ସଭାପତିଙ୍କ ଠାରୁ ନେଇ ସୁପର୍ ଲିଡର ସମସ୍ତଙ୍କୁ କରୁଥିଲେ ଟାର୍ଗେଟ୍ । ଆଉ ଆଜି ଦଳ ତାଙ୍କୁ ନିଲମ୍ବିତ କରିଛି । ବିଜେଡିରୁ ନିଲମ୍ବିତ ହୋଇଛନ୍ତି ଶ୍ରୀମୟୀ ମିଶ୍ର । ଦଳ ବିରୋଧୀ କାର୍ଯ୍ୟ ପାଇଁ ଶ୍ରୀମୟୀ ମିଶ୍ରଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିବା କୁହାଯାଇଛି । ଦଳର ଉପସଭାପତି ପ୍ରତାପ ଜେନାଙ୍କ ଦସ୍ତଖତରେ ଶ୍ରୀମୟୀ ମିଶ୍ରଙ୍କ ସହ ଆଉ ୨ ଜଣଙ୍କୁ ନିଲମ୍ବିତ କରିଛି ବିଜେଡି ।
ତେବେ ବିଜେଡିରୁ ସସ୍‌ପେଣ୍ଡ ପରେ ସୋସିଆଲ ମିଡିଆରେ ଶ୍ରୀମୟୀ ପ୍ରତିକ୍ରିୟା ଦେଇ କହିଛନ୍ତି ଆତ୍ମସମ୍ମାନ ଓ ସ୍ବାଭିମାନ ସହ ସାଲିସ୍‌ କରି ନାହିଁ କି କରିବି ନାହିଁ। ମୁଁ ଏକ ବର୍ଷ ଧରି ଦଳରେ ନାହିଁ, ସଦସ୍ୟତା ନବୀକରଣ କରି ନାହିଁ। ସେ ଦଳ ମୋତେ ନିଲମ୍ବନ କରିବା, ଜଗତେ କେବଳ ଜନେ ହସିବେ। ଜଣେ ଅଣଓଡ଼ିଆଙ୍କ ପ୍ରରୋଚନାରେ ଓଡ଼ିଶାକୁ ଶାସନ କରୁଥିବା ନେତା ଜଣେ ଓଡ଼ିଆ ଝିଅର ସମ୍ମାନ ସହ ଖେଳିବା କେତେଦୂର ଠିକ୍‌ ବିଚାର କରନ୍ତୁ । ଏବେ ପାଣ୍ଡିଆନଙ୍କୁ ପରୋକ୍ଷରେ ଭଣ୍ଡ ସନ୍ୟାସୀ କହି ସୋସିଆଲ ମିଡିଆରେ ଟାର୍ଗେଟ କରିଥିଲେ ଶ୍ରୀମୟୀ ମିଶ୍ର । ଏହା ପୂର୍ବରୁ ଧୃତରାଷ୍ଟ -ଦୁର୍ଯ୍ୟୋଧନ ଉପାଖ୍ୟାନ କଥା ଲେଖି ବିଜେଡିର ନିଦ ହଜାଇ ଦେଇଥିଲେ ଶ୍ରୀମୟୀ । ଯାହାର ଫଳ ସ୍ବରୂପ ଆଜି ତାଙ୍କୁ ସସପେଣ୍ଡ କରାଯାଇଛି।

LEAVE A REPLY

Please enter your comment!
Please enter your name here