ଜଣେ ସୁପରକ୍ଲାସ କଣ୍ଟ୍ରାକ୍ଟରଙ୍କୁ ଓଟିଡିସି କାମ ଦେବା ପାଇଁ ତିନିକୋଟି ଟଙ୍କା ଠକି ନେଇଛନ୍ତି ଜଣେ ଠକ ବାବା । ସ୍ବାମୀ ବିଜୟାନନ୍ଦ ମହାରାଜ ନାଁରେ ନିଜକୁ ପରିଚିତ କରାଉଥିବା ଏହି ବାବାଙ୍କ ଅସଲ ନାଁ ହେଉଛି ବିଜୟାନନ୍ଦ ଚୌଧୁରୀ । ସେ ନିଜକୁ ଓଟିଡିସିର ଡେପୁଟୀ ଚେୟାରମ୍ୟାନ କହି ଜଣେ ସୁପରକ୍ଲାସ କଣ୍ଟ୍ରାକ୍ଟରଙ୍କୁ ଜାଲି ଓ୍ବାର୍କ ଅର୍ଡର ଦେଇଥିଲେ । ଏବଂ ଏହି ଓ୍ବାର୍କ ଅର୍ଡର ଦେଇ ସେ ତାଙ୍କଠୁ ତିନି କୋଟି ଟଙ୍କା ଠକି ନେଇଥିଲେ । ଏଥିରେ ବାବାଙ୍କୁ ଜଣେ ବିଟେକ୍ ଇଂଜିନିୟର ଚନ୍ଦନ ଆକାଶ ମହାନ୍ତି ମଧ୍ୟ ସହଯୋଗ କରିଥିବା ଜଣାପଡିଛି । ଠକ ବାବା ବିଜୟାନନ୍ଦ ଓ ବିଟେକ ଇଂଜିନିୟରଙ୍କୁ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here