କେନ୍ଦ୍ରସରକାରଙ୍କ ଅଗ୍ନିପଥ ଯୋଜନା ବିରୋଧରେ ଜୋର ହେଉଛି ଆନ୍ଦୋଳନ । ବିହାର ଉତ୍ତରପ୍ରଦେଶରେ ଟ୍ରେନ ଜାଳିଦେଲେ ଆନ୍ଦୋଳନକାରୀ । ବିହାର ବେଗୁସରାଇର ଲକ୍ଷୀସରାଇ ଷ୍ଟେସନରେ ଆନ୍ଦୋଳନକାରୀମାନେ ଟ୍ରେନ ଜାଳିଦେଇଛନ୍ତି । ଏଥିସହିତ ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପୋଡାଜଳା କରିବା ସହିତ ବିକ୍ଷୋଭ କରୁଛନ୍ତି । ସେହିପରି ଉତ୍ତରପ୍ରଦେଶର ବଲିଆରେ ଟ୍ରେନରେ ନିଆଁ ଲଗାଇଦେଇଛନ୍ତି । ଗତକାଲି ମଧ୍ୟ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here