ଅଚାନକ ନବୀନ ନିବାସ ଆଗରେ ପହଞ୍ଚିଗଲେ ଶତାଧିକ ଚାଷୀ । ନବୀନ ନିବାସ ଆଗରେ ବସ୍ତା ବସ୍ତା ଧାନ ଅଜାଡି ଦେଇ ଚାଷୀଙ୍କ ଦାବି ପୂରଣ ପାଇଁ ନାରାବାଜି ଆରମ୍ଭ କରିଦେଲେ । ଏଭଳି ଅତର୍କିତ ଚାଷୀଙ୍କ ସମାବେଶ ସଂପର୍କରେ ପୋଲିସ ନିକଟରେ କିଛି ସୁରାକ୍ ନ ଥିଲା । ତେଣୁ କିଛି ସମୟ ପାଇଁ ପୋଲିସ ଓ ଚାଷୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଲଢେଇ । ଚାଷୀଙ୍କ ଦାବି ପୂରଣ ପାଇଁ ଆଜି ଏମିତି ଢଙ୍ଗରେ ପ୍ରତିବାଦ ଜଣାଇଥିଲା ନବ ନିର୍ମାଣ କୃଷକ ସଂଗଠନ ।

ଅଚାନକ ଶତାଧିକ ଚାଷୀ ଧାନବସ୍ତା ଧରି ନବୀନ ନିବାସ ଆଗରେ ପ୍ରତିବାଦ ଜଣାଇବା ଘଟଣା ପୋଲିସକୁ ନାକେଦମ କରିଦେଇଥିଲା । ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆୟୋଜିକ ଏହି ପ୍ରତିବାଦ ବିକ୍ଷୋଭରେ ସାମିଲ ହୋଇଥିଲେ ଶତାଧିକ ଚାଷୀ । ପ୍ରାଇସ, ପ୍ରେଷ୍ଟିଜ ପାଇଁ ଦୀର୍ଘ ଦିନ ଧରି ଲଢେଇ କରି ଆସୁଥିବା ଚାଷୀ ସଂଗଠନର ନବୀନ ନିବାସ ଆଗରେ ସକାଳୁ ସକାଳୁ ଅଚାନକ ଏକତ୍ର ହେବା ଦେଖି ନବୀନ ନିବାସ ଆଗରେ ସୁରକ୍ଷା ପାଇଁ ମୁତୟନ ହୋଇଥିବା ପୋଲିସ ହଡବଡେଇ ଯାଇଥିଲେ । ହାତରେ ପ୍ଲାକାର୍ଡ ଧରି ଚାଷୀ ନବୀନ ନିବାସ ନିକଟରେ ପହଞ୍ଚିବା ପରେ ବସ୍ତା ବସ୍ତା ଧାନ ରାସ୍ତା ଉପରେ ଠୁଳ କରିଥିଲେ । ଦାବି ପୂରଣ ପାଇଁ ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ । ଧାନକିଣାରେ ଅବ୍ୟବସ୍ଥା ଥିବାରୁ ବହୁ ଚାଷୀ ସେମାନଙ୍କ ଧାନ ମଣ୍ଡିରେ ବିକ୍ରି କରିପାରୁ ନ ଥିବା ସଂଗଠନ କହିଛି । ତେବେ ତୁରନ୍ତ ନବୀନ ନିବାସ ଆଗରେ ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା । କିଛି ସମୟ ପାଇଁ ପୋଲିସ ଓ ଚାଷୀଙ୍କ ମଧ୍ୟରେ ଲଢେଇ ଚାଲିଥିବାରୁ ନବୀନ ନିବାସ ସମ୍ମୁଖ ରାସ୍ତାରେ ଟ୍ରାଫିକ ଜାମ୍ ଦେଖାଦେଇଥିଲା ।

LEAVE A REPLY

Please enter your comment!
Please enter your name here