ମଇଦାନ ପ୍ରସ୍ତୁତ, ଦର୍ଶକ ବି ପ୍ରସ୍ତୁତ । ସବୁଦେଶର ଖେଳାଳୀ ବି ପହଁଞ୍ଚିସାରିଛନ୍ତି । ୧୩ ତାରିଖରୁ ଆରମ୍ଭ ହେବ ହକି ମହାକୂମ୍ଭ । ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ । ମଞ୍ଚରେ ଜଲୱା ଦେଖାଇବେ ରଣବୀର ସିଂ, ଦୀଶା ପଟ୍ଟାନୀ । ପ୍ରୀତମଙ୍କ ସଙ୍ଗୀତରେ ମତୁଆଲା ହେବେ ଦର୍ଶକ । ଉଦଘାଟନୀ ଉତ୍ସବର ଆକର୍ଷଣ ରହିବ ଡ୍ରୋନ୍ ସୋ । ଏକକାଳୀନ ୫୦୦ ଡ୍ର୍ରୋନ ଉଡିବ । ଅପରାହ୍ନ ୨ଟାରୁ ଦର୍ଶକ ଷ୍ଟାଡିୟମରେ ପ୍ରବେଶ କରିବେ । ଅପରାହ୍ନ ୩ଟା ୩୦ରୁ ଉଦଘାଟନୀ କାର୍ଯ୍ୟକ୍ରମ ଆରମ୍ଭ ହେବ । ସଂଧ୍ୟାରେ ବିଶ୍ୱକପର ଉଦଘାଟନ଼ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

LEAVE A REPLY

Please enter your comment!
Please enter your name here