ଗତକାଲି ସଂସଦରେ ହଳଦିଆ ଗ୍ୟାସ୍ ସ୍ପ୍ରେ କୁ ନେଇ ଆଜି ସଂସଦ ଭବନ କଂପିଥିଲା । ଅଧିବେସନ ଆରମ୍ଭ ହେବାମାତ୍ରେ ଲୋକସଭାରେ ବିରୋଧୀ ସରକାରଙ୍କ ବିରୋଧରେ ନାରା ଦେବା ଆମ୍ଭ କରିଦେଇଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ । ସଂସଦ ଭବନର ସୁରକ୍ଷା ବ୍ୟବସ୍ଥାକୁ ନେଇ ସରକାରଙ୍କ ଆଡକୁ ଅଙ୍ଗୁଳି ଉଠାଇ ଥିଲେ ବିରୋଧୀ । ଫଳରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ ରଖିଥିଲେ । ତେବେ ବିରୋଧୀଙ୍କ ହଙ୍ଗାମାକୁ ବିଶୃଙ୍ଖଳା ଦର୍ଶାଇ ବାଚସ୍ପତି ଗୃହର ଅବଶିଷ୍ଟ ଦିନ ପାଇଁ ପ୍ରଥମେ 14 ଜଣ ସାଂସଦଙ୍କୁ ନିଲମ୍ବନ କରିଥିଲେ । ନିଲମ୍ବନ ତାଲିକାରେ ଡିଏମକେ ସାଂସଦ ପ୍ରତିବନଙ୍କ ନାଁ ରହିବା ନେଇ ସମସ୍ତେ ତାଜୁବ ହୋଇଥିଲେ । ଯଦିଓ ଆଜି ସଂସଦ କାର୍ଯ୍ୟରେ ପ୍ରତିବନ ଅନୁପସ୍ଥିତ ରହିଥିଲେ । ଏହାକୁ ନେଇ ଡିଏମକେ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଜଣେ ସାଂସଦ ଗୃହରେ ଅନୁପସ୍ଥି ରହି କେମିତି ନିଲମ୍ବନ ହେଲେ ବୋଲି ପ୍ରଶ୍ନ କରିଥିଲା । ଡିଏମକେର ପ୍ରତିବାଦ ପରେ ନିଲମ୍ବନ ଆଦେଶରୁ ସାଂସଦ ପ୍ରତିବନଙ୍କ ନାଁ କୁ କାଢି ଦିଆଯାଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ଭୁଲକ୍ରମେ ପ୍ରତିବନଙ୍କ ନାଁ ନିଲମ୍ବନ ତାଲିକାରେ ରହିଯାଇଥିଲା । ଏହାକୁ ସଂଶୋଧନ କରାଯାଇଛି ଏବଂ ମୋଟ 13 ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଥିବା ସେ କହିଛନ୍ତି । ନିଲମ୍ବିତ ସାଂସଦଙ୍କ ମଧ୍ୟରେ କଂଗ୍ରେସର 9 ଜଣ ସିପିଏମର ଦୁଇଜଣ ଏବଂ ଡିଏମକେ ଓ ସିପିଆଇର ଜଣେ ଲେଖାଁଏ ସାସଦ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here