ତିନୋଟି ରାଜ୍ୟରେ ବିଜୟକୁ ନେଇ ବିଜେପି ଉତଫୁଲ୍ଲିତ । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ବିଜେପି ଓଡିଶାରେ ଭଲ ପ୍ରଦର୍ଶନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି , ବିଜେପିର ଭୋଟ ହାର ଓଡିଶାରେ ବଢି ବଢି ଚାଲିଛି । 2014ରେ ଗୋଟିଏ ଲୋକସଭା ଆସନରେ ଜିତିଥିବା ତାଙ୍କ ଦଳ 2019ରେ 8ଟି ଆସନରେ ବିଜୟ ଲାଭ କରିଥିଲା । ସେହିପରି 2014ରେ ଭୋଟ ହାର 22 ପ୍ରତିଶତ ତାଙ୍କ ସପକ୍ଷରେ ଥିବା ବେଳେ 2019ରେ ତାହା 38 ପ୍ରତିଶତକୁ ବୃଦ୍ଧି ପାଇଥିଲା । ସେହିକ୍ରମରେ 24 ନିର୍ବାଚନରେ ଭୋଟହାର 45 ପ୍ରତିଶତକୁ ବୃଦ୍ଧି ପାଇବ ଏଭଂ ଲୋକସଭା ଆଶନ ସଂଖ୍ୟା 15ରେ ପହଞ୍ଚିବ ବୋଲି ସେ କହିଛନ୍ତି । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ରହଣୀୟତା 80 ପ୍ରତିଶତ ଥିବା ସେ କହିଛନ୍ତି ।
ତେବେ ଧର୍ମେନ୍ଦ୍ରଙ୍କ ହିସାବକୁ ତାଚ୍ଛଲ୍ୟ କରିଛନ୍ତି ବିଜେଡି ଓ କଂଗ୍ରେସ । ଓଡିଶାରେ ନବୀନଙ୍କ ଆଗରେ କାହା ପ୍ରଭାବ ରହିବ ନାହିଁବୋଲି ବିଜେଡି କହିଛି । ସେହିପରି କଂଗ୍ରେସ କହିଛି, ଏହା ଧର୍ମେନ୍ଦ୍ରଙ୍କ ଦିବାସ୍ବପ୍ନ । ନିର୍ବାଚନକୁ ଆଉ କିଛି ମାସ ବାକି ଥିବା ବେଳେ ତିନି ପ୍ରମୁଖ ଦଳ ସେମାନଙ୍କ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here