ପ୍ରଥମ ପର୍ଯ୍ୟାୟରେ ୫୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବାକୁ କଂଗ୍ରେସ ଆରମ୍ଭ କରିଛି କସରତ। ସେଥିପାଇଁ ଆଜି ପ୍ରଦେଶ ନିର୍ବାଚନ କମିଟି ବୈଠକରେ ଦୀର୍ଘ ସମୟ ଧରି ଆଲୋଚନା ହେଇଥିଲା। ପ୍ରାର୍ଥୀ ଚୟନ ପାଇଁ ଗାଇଡ ଲାଇନ ପ୍ରସ୍ତୁତ କରାଯାଉଛି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଆଉ ଏହାସହ ୨୦୧୯ ନିର୍ବାଚନ ପାଇଁ ରଣନିତୀ ମଧ୍ୟ ପ୍ରସ୍ତୁତ କରିଛି କଂଗ୍ରେସ। ନିରଞ୍ଜନ କହିଛନ୍ତି, ବର୍ତ୍ତମାନ ବିଧାୟକ ଥିବା ପ୍ରାର୍ଥୀଙ୍କୁ ୨୦୧୯ରେ ଟିକଟ ମିଳିବ। ଏଥିସହ ୨୦୧୯ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ଚୟନରେ ମହିଳା ଓ ଯୁବ ପ୍ରାର୍ଥୀଙ୍କୁ ଦଳ ଗୁରୁତ୍ୱ ଦେବ। ତେବେ ଗତ ନିର୍ବାଚନରେ ଅମାନତ ହରାଇଥିବା ପ୍ରାର୍ଥୀଙ୍କୁ ଟିକଟ ଦିଆଯିବ ନାହିଁ ବୋଲି ନିର୍ବାଚନ କମିଟି ବୈଠକରେ ନିଷ୍ପତ୍ତି ହୋଇଛି।

LEAVE A REPLY

Please enter your comment!
Please enter your name here