ସେପ୍ଟେମ୍ବର ୧୬ରେ ଖୁବ ଧୁମଧାମରେ ଆୟୋଜନ ହୋଇଥିଲା ଗଣେଶ ପୂଜା । ଓଡିଶା ତଥା ଓଡିଶା ବାହାରେ ବି ଗଜାନନଙ୍କ ପୂଜା ବେଶ୍ ଧୁମଧାମରେ ପାଳନ କରାଯାଇଥିଲା । ତେବେ ଅଷ୍ଟ୍ରେଲିଆ ବ୍ରିସବେନ ସହରରେ କିଛି ଲୋକ ଏକତ୍ର ହୋଇ ଏକ କମ୍ୟୁନିଟି ହଲରେ ଗଜାନନଙ୍କ ଆରାଧନା କରିଥିଲେ । ଅମିତ ମହାପାତ୍ର ଏବଂ ରାକେଶ ନନ୍ଦଙ୍କ ସହ କିଛି ଯୁବଗୋଷ୍ଠି ଏହି ପୂଜା ଆୟୋଜନ କରିଥିଲେ । ମାତ୍ର ଗଜାନନଙ୍କ ଆରାଧନା ପାଇଁ ତାଙ୍କୁ ଓଡିଆ ନନା ମିଳିନଥିଲେ । ଶେଷରେ ଓଡିଶାରୁ ଅନଲାଇନରେ ନନା ବୁକ୍ କରିଥିଲେ । ଅନଲାଇନ ମାଧ୍ୟମରେ ଓଡିଶାରୁ ଓଡିଆ ନନା ମନ୍ତ୍ରପାଠ କରିଥିଲେ । ମନ୍ତ୍ରପାଠର ତାଳେତାଳେ ବ୍ରିସବେନ ସହରର ପ୍ରବାସୀ ଓଡିଆମାନେ ଗଜାନନଙ୍କୁ ପୂଜା କରିଥିଲେ । ପୂଜା ପରେ ଓଡିଆ ବ୍ୟଞ୍ଜନରେ ସମସ୍ତଙ୍କୁ ଅପ୍ୟାୟିତ କରାଯାଇଥିଲା । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପିଲା ଏବଂ ପ୍ରାପ୍ତ ବୟସ୍କଙ୍କ ପାଇଁ ବକ୍ତୃତା, ଡ୍ରଇଁ, ସଙ୍ଗିତ ,ଏବଂ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶେଷରେ ବିସର୍ଜନବେଳେ ମଧ୍ୟ ଓଡିଆ ନନାଙ୍କ ମନ୍ତ୍ର ପାଠରେ ବିଦାୟ ନେଇଥିଲେ ବିଘ୍ନ ବିନାଶକ ଗଜାନନ । (ରିପୋର୍ଟ : ମାନସ ଦାସ)

LEAVE A REPLY

Please enter your comment!
Please enter your name here