ନିଖୁଣ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ରବି ମିଶ୍ର ଆରପାରିରେ । ହୃଦଘାତର ଅଭିନୟ କରୁକରୁ ସତରେ ହୋଇଯାଇଥିଲା ହୃଦଘାତ । ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ରବି ମିଶ୍ର । ଗତକାଲି ଏକ ଫିଲ୍ମ ସୁଟିଂବେଳେ ସେ କିଛି ଜଳଖିଆ ଖାଇଥିଲେ । ଏବଂ ସୁଟିଂ ସେଟରେ ହୃଦଘାତର ଅଭିନୟ କରୁକରୁ ଅସୁସ୍ଥ ହୋଇପଡିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ଏବଂ ଆଜି ତାଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଛି । ଅନେକ ଟେଲି ସିରିଏଲ ଏବଂ ଫିଲ୍ମରେ ତାଙ୍କ ଅଭିନୟର ଯାଦୁ ଦେଖିବାକୁ ମିଳିଥିଲା । 64 ବର୍ଷରେ ଆଖି ବୁଜିଲେ ରବି ମିଶ୍ର

LEAVE A REPLY

Please enter your comment!
Please enter your name here