ପ୍ରେମ ଅନ୍ଧ। ପ୍ରେମ ମାନେନି ଜାତି,ଅଜାତି, କି ଧନୀଗରିବ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ମଣ୍ଡୁଆ ଗ୍ରାମରେ । ସେଠାରେ ରହୁ ଥିବା ଜୈନିକା ମହିଳାଙ୍କୁ କରଞ୍ଜିଆ ଗୋଡ଼ସାହି ଅଞ୍ଚଳର ଜଣେ ଡ୍ରାଇଭର ଦୀର୍ଘଦିନ ଧରି ପ୍ରେମ କରିଆସୁଥିଲେ । ତେବେ ପ୍ରେମିକାର ଦେହ ଅସୁସ୍ଥ ଥିବାରୁ ସେ ଦେଖା କରିବା ପାଇଁ ମଣ୍ଡୁଆ ଗ୍ରାମକୁ ଯାଇଥିଲେ । ପ୍ରେମିକ ଆସିଥିବାର ଜାଣି ଗ୍ରାମର କିଛି ଯୁବକ ମହିଳାଙ୍କ ଘରେ ଅତର୍କିତ ଭାବେ ଧସେଇ ପଶି ପ୍ରେମିକପ୍ରେମିକାଙ୍କୁ ନିସ୍ତୁକ ପିଟିଛନ୍ତି. ଏମିତିକି ଉଭୟଙ୍କୁ ଲଣ୍ଡାକରି ଏକଘରେ ବନ୍ଦକରିବା ଏବଂ ଗାଁ ରାସ୍ତାରେ ବୁଲାଇବା ଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାର ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କରଞ୍ଜିଆ ସହରେ ଚର୍ଚ୍ଚା ଜୋର ଧରିଛି । କୌଣସି ସୂତ୍ରରୁ ଖବର ପାଇ ପୁଲିସ ରାତି ଅଧରେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲା । ପୀଡ଼ିତା ଯୁବତୀ କରଞ୍ଜିଆ ଥାନାରେ ଲିଖିତ ଏତଲା ଦେବା ପରେ ପୁଲିସ ୨୧ଜଣଙ୍କ ନାଁରେ ମାମଲା ରୁଜୁ କରି କାର୍ୟ୍ୟାନୁଷ୍ଠାନ ପାଇଁ ସଜବାଜ ହେଉଛି। ହଟ୍ଟହଟ୍ଟାର ଶିକାର ପ୍ରେମୀଯୁଗଳ ଭିନ୍ନ ଭିନ୍ନ ସଂପ୍ରଦାୟର ହୋଇଥିବାରୁ ପୁଲିସ ମଧ୍ୟ ମାପିଚୁପି ପ୍ରତିକ୍ରିୟା ରଖୁଛି । ଗ୍ରାମର କିଛି ଯୁବକ ଭିଡ଼ିଓ କରି ବେଶ ଏହି ଘଟଣାରେ ମଜା ନେଇଥିବା ବେଳେ ଅନ୍ୟପାଇଁ କାଳ ହୋଇଛି । ଏହି ନିନ୍ଦନୀୟ ଘଟଣାରେ ପୋଲିସ କାହାକୁ ଗିରଫ କରି ନ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here