ଭାରତରେ ଜନ୍ମଗ୍ରହଣ କରିଥିବା କମଳା ହାରିସ ଏବେ ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି । ତାମିଲନାଡୁର ଥୁଲସେନ୍ଦ୍ରପୁରମ୍, ଚେନ୍ନାଇ ଠାରୁ ପ୍ରାୟ ସାଢେ ତିନିଶହ କିଲୋମିଟର ଦୂରରେ ଥିବା ଏହି ଛୋଟ ସହରରେ ଏବି ଆମେରିକାର ଉପରାଷ୍ଟ୍ରପତି କମଳା ହାରିସଙ୍କୁ ନେଇ ବେଶ୍ ଉତ୍ସାହ । ଲୋକେ କମଳାଙ୍କୁ ନେଇ ବେଶ ଗର୍ବିତ । ତାଙ୍କ ଗାଁରେ ଜନ୍ମ ଗ୍ରହଣ କରିଥିବା ଝିଅ ଆମେରିକାର ଉପରାଷ୍ଟ୍ରପତି ହେବା କିଛି କମ୍ ଗୌରବର କଥା ନୁହେଁ । କମଳା ଯଦି ଭାରତକୁ ସମର୍ଥନ ଜାରି ରଖନ୍ତି, ତେବେ ସେ 2024ର୍ ଆମେରିକାର ରାଷ୍ଟ୍ରପତି ହେବେ ବୋଲି ଆଶା କରିଛନ୍ତି କମଳାଙ୍କ ଗାଁ ଲୋକେ । କମଳାଙ୍କ ଅଜା ଥୁଲସେନ୍ଦ୍ରପୁରମ୍ ଛାଡି ଚେନ୍ନାଇ ଚାଲି ଆସିଥିଲେ । ତେବେ କମଳାଙ୍କ ମା ଉଚ୍ଚଶିକ୍ଷା ପାଇଁ କାଲିଫର୍ଣ୍ଣିଆ ୟୁନିଭରସିଟିରେ ପାଠ ପଢିବା ପୂର୍ବରୁ ଜାମାଇକାର ଜଣେ ଯୁବକଙ୍କୁ ବିବାହ କରିଥିଲେ । ଆଉ ଝିଅର ନାଁ ଦେଇଥିଲେ କମଲ । ଏବେ କମଲଙ୍କ ଶପଥ ଉତ୍ସବକୁ ନେଇ ବେଶ୍ ସେଲିବ୍ରେଟ କରିଛନ୍ତି ଗ୍ରାମବାସୀ । ହିନ୍ଦୁ ମନ୍ଦିରରେ କମଳାଙ୍କ ଭବିଷ୍ୟତ ଜୀବନର ମଙ୍ଗଳ କାମନା କରି ପୂଜାର୍ଚ୍ଚନା ବି କରିଛନ୍ତି । ସେମାନଙ୍କର ଇଚ୍ଛା କମଲ ହାରିସ ଭାରତକୁ ସମର୍ଥନ ଜାରି ରଖିଲେ ଆମେରିକାର ରାଷ୍ଟ୍ରପତି ମଧ୍ୟ ହେବେ । ତେବେ ଆମେରିକାର ଉପରାଷ୍ଟ୍ରପତି ପଦବୀ ଅଳଂକୃତ କରିବାରେ କମଳା ହାରିସ କେବଳ ପ୍ରଥମ ଭାରତୀୟ ନୁହଁନ୍ତି, ସେ ଦକ୍ଷିଣ ଏସିଆର ପ୍ରଥମ ବ୍ୟକ୍ତି ।

LEAVE A REPLY

Please enter your comment!
Please enter your name here