ରାଜ୍ୟ ବିଜେଡି ବିରୋଧରେ ଆଜି ରାଜ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ । କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଶାନ୍ତିପୂର୍ଣ୍ଣ ବିକ୍ଷୋଭର ଆୟୋଜନ କରାଯାଇଛି । ଦୀର୍ଘଦିନ ଧରି ରାଜ୍ୟରେ ବିଜେଡି ଶାସନ ଚାଲୁଥିଲେ ମଧ୍ୟ ଶିଶୁ ବୃଦ୍ଧି, ନାରୀ ନିର୍ଯ୍ୟାତନା,ଅପହରଣ ଓ ନିଖୋଜ ଏହି ସବୁ କ୍ଷେତ୍ରରେ ଆଇନ ଶୃଙ୍ଖଳା ପରିସ୍ଥିତି ଅନିୟନ୍ତ୍ରିତ । ଏହି ଘଟଣା ରାଜ୍ୟବାସୀଙ୍କ ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଯାହାକୁ କଂଗ୍ରେସ କେବେ ବରଦାସ୍ତ କରିପାରିବ ନାହିଁ । ଆଇନ ଶୃଙ୍ଖଳା ପରିସ୍ଥିତି ଏକଦମ ଠିକ ଅଛି, ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଥିବା ଏହି କଥା, ଅତ୍ୟନ୍ତ ଲଜ୍ୟାଦାୟକ । ଆଗାମୀ ଦିନରେ ଏହା ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆନଗଲେ ରାଜ୍ୟ କଂଗ୍ରେସ ଓଡିଶା ବନ୍ଦ ଡାକରା ଦେବ ବୋଲି ଚେତାବନୀ ଦେଇଛି ।

LEAVE A REPLY

Please enter your comment!
Please enter your name here