ରଥଯାତ୍ରା ପୂର୍ବରୁ ଚଳାଚଳ କରିବ ଜଗନ୍ନାଥ ଏକ୍ସପ୍ରେସ । ଏନେଇ ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଭାରତ ଗୌରବ ପ୍ରକଳ୍ପ ଅଧିନରେ ଏହି ଜଗନ୍ନାଥ ଏକ୍ସପ୍ରେସ ଟ୍ରେନ ଆରମ୍ଭ ହେବ । ଭାରତୀୟ ସଂସ୍କୃତିକୁ ପ୍ରଦର୍ଶନ ପାଇଁ ଭାରତ ଗୌରବ ପ୍ରକଳ୍ପ ଚଳାଇଛି ରେଲୱେ । ଏହି ପ୍ରକଳ୍ପ ଅଧିନରେ ପ୍ରଥମେ ରାମାୟଣ ଏକ୍ସପ୍ରେସ ଆରମ୍ଭ ହୋଇଛି । ରାମାୟଣ ଏକ୍ସପ୍ରେସ ପରେ ଜଗନ୍ନାଥ ଏକ୍ସପ୍ରେସ ଚାଲିବ । ମହାପ୍ରଭୁ ଜଗନ୍ନାଥଙ୍କ ଗୌରବମୟ ସଂସ୍କୃତି , ଓଡିଆ ଖାଦ୍ୟ, ଭାଷାର ପ୍ରଚାର ପ୍ରସାର କରିବ ଏହି ଟ୍ରେନ୍ । ସେହିପରି ରାଜ୍ୟରେ ମେଟ୍ରୋ ଟ୍ରେନ ଚଳାଚଳ ନେଇ ରେଳ ମନ୍ତ୍ରୀ କହିଛନ୍ତି ଯେ, ମେଟ୍ରୋ ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇନାହାଁନ୍ତି । ପ୍ରସ୍ତାବ ଆସିଲେ ଓଡିଶାରେ ହେବ ମେଟ୍ରୋ ଟ୍ରେନ୍ । ଓଡିଶାକୁ ଖୁବଶୀଘ୍ର ଆସିବ ବନ୍ଦେ ଭାରତ ଏକ୍ସପ୍ରେସ ।

LEAVE A REPLY

Please enter your comment!
Please enter your name here