ଆଉ ଗୋଟିଏ କି ଦୁଇଟି ନୁହେଁ, ଏକାଥରେ ବାହାରିଲା 26 ପଜିଟିଭ୍ । ସାତ ତାରିଖରେ 24ଟି କରୋନା ପଜିଟିଭ ବାହାରିଥିବା ବେଳେ ଆଠ ତାରିଖ ସକାଳୁ ଏକାଥରେ 26 କରୋନା ପଜିଟିଭ ଚିହ୍ନଟ ହେବା ରାଜ୍ୟରେ କରୋନାର ଭୟାବହତା ସ୍ପଷ୍ଟ କରୁଛି । ପ୍ରଥମେ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ନେଇ ଆତଙ୍କ ଖେଳିଥିବା ବେଳେ ଏବେ ସୁରତ ଫେରନ୍ତା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିର ମୁଖ୍ୟ କାରଣ ପାଲଟିଛନ୍ତି । ପ୍ରଥମେ ଖୋର୍ଦ୍ଧା ଜିଲ୍ଲାରେ ଅଧିକ କରୋନା ଆକ୍ରାନ୍ତ ବାହାରୁଥିବା ବେଳେ ପରେ ଯାଜପୁର ଏବଂ ଏବେ ଏହା ଗଞ୍ଜାମ ଜିଲ୍ଲାରେ ଆତଙ୍କ ଖେଳାଇଛି । ବର୍ତ୍ତମାନ ସୁଦ୍ଧା 40 ହଜାରରୁ ଅଧିକ ପ୍ରବାସୀ ଓଡିଆ ଫେରିଥିବା ବେଳେ ଆହୁରି ଲକ୍ଷାଧିକ ଓଡିଆ ରାଜ୍ୟକୁ ଫେରିବାକୁ ଅପେକ୍ଷା କରି ରହିଛନ୍ତି । ତେଣୁ ଆସନ୍ତା ଦିନରେ ରାଜ୍ୟରେ କରୋନାର ପ୍ରାଦୁର୍ଭାବ ଅଧିକ ଦେଖାଦେବ ବୋଲି ଆଶଙ୍କା କରାଯାଉଛି । ତେବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 245ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ 63 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦୁଇଜଣଙ୍କ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here