କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀସ୍ଥିିତ ଏମ୍ସକୁ ଆଜି ଭୋରରୁ ଯାଇ କୋଭାକ୍ସିନର ପ୍ରଥମ ଡୋଜ୍ ମୋଦି ଗ୍ରହଣ କରିଛନ୍ତି । ପୁଡୁଚେରୀର ସିଷ୍ଟର ପି.ନିଭେଦା ମୋଦିଙ୍କୁ ଟିକା ଦେଇଛନ୍ତି । ଟିକାନେବା ବେଳର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ମୋଦି । ଟୁଇଟରେ ଉଳ୍ଲେଖ କରିଛନ୍ତି ଯେ, ଏମ୍ସରେ କୋଭିଡ-୧୯ଟିକାର ପ୍ରଥମ ଡୋଜ୍ ଗ୍ରହଣ କଲି । ମହାମାରୀ ଲଢେଇରେ ଭାରତ ଡାକ୍ତର ଓ ବୈଜ୍ଞାନିକ ଖୁବ୍ କମ ସମୟରେ ଯେଉଁ ଯୋଗଦାନ ଦେଇଛନ୍ତି ତାହା ଉଳ୍ଲେଖନୀୟ ବୋଲି ଟୁଇଟରେ ଲେଖିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ଯେଉଁମାନେ ଟିକା ଗ୍ରହଣ ପାଇଁ ଯୋଗ୍ୟ ସେମାନେ ଆଗକୁ ଆସି ଟିକା ନେବା ସହ ଦେଶକୁ କୋଭିଡ-୧୯ ମୁକ୍ତ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here