ଆକ୍ସନ ମୋଡରେ ବିଦ୍ୟାଳୟ ତଥା ଗଣଶିକ୍ଷା ମନ୍ତ୍ରୀ । ଭୁବନେଶ୍ୱର ବିଇଓଙ୍କ କାର୍ଯ୍ୟାଳୟକୁ ଆଜି ଅଚାନକ ପରିଦର୍ଶନରେ ଯାଇଥିଲେ ମନ୍ତ୍ରୀ ସମୀର ଦାଶ । ଏହି ସମୟରେ କିଛି କର୍ମଚାରୀ ବିନା ଅନୁମତିରେ ଅନୁପସ୍ଥିତ ଥିବା ତାଙ୍କ ନଜରକୁ ଆସିଥିଲା । ରେଜିଷ୍ଟରକୁ ଯାଞ୍ଚ୍ ମଧ୍ୟ କରିଥିଲେ । ଅନୁପସ୍ଥିତ କର୍ମଚାରୀଙ୍କୁ ପ୍ରଥମେ କାରଣ ଦର୍ଶାଅ ନୋଟିସ ଜାରି କରାଯିବ । ସନ୍ତୋଷ ଜନକ ଉତ୍ତର ନମିଳିଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସମୀର ଦାସ କହିଛନ୍ତି । ସରକାରୀ ସ୍କୁଲ ଉପରେ ଅଭିଭାବକଙ୍କ କାହିଁକି ଭରସା ତୁଟିଯାଉଛି ସେ ବିଷୟରେ ମଧ୍ୟ ତର୍ଜମା କରାଯିବ । ଆଗାମୀ ଦିନରେ ବିଭିନ୍ନ ସ୍କୁଲ ପରିଦର୍ଶନରେ ସେ ଯିବେ ବୋଲି ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here