ଆଜାଦ୍‌ ହିନ୍ଦ୍‌ ଫୌଜର ୭୫ ତମ ସ୍ଥାପନା ଦିବସ ରବିବାର ପାଳିତ ହୋଇଛି । ଏହାର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍‌ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ସାଧାରଣତଃ ଗୋଟିଏ ବର୍ଷରେ ପ୍ରଧାନମନ୍ତ୍ରୀ କେବଳ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ଅବସରରେ ଲାଲ୍‌ କିଲ୍ଲାରେ ପତାକା ଉତ୍ତୋଳନ କରିଥାନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ଚଳିତବର୍ଷ ଏଠାରେ ୨ ଥର ପତାକା ଉତ୍ତୋଳନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି ଅବସରରେ ମୋଦୀ ନିଜ ଭାଷଣରେ କହିଛନ୍ତି କି, ସେହି ମାତାପିତାଙ୍କୁ ପ୍ରଣାମ ଯାହାଙ୍କ କୋଳରୁ ସୁଭାଷଙ୍କ ପରି ସୁପୁତ୍ର ଜନ୍ମ ହୋଇଥିଲେ । ସେହି ସୈନିକଙ୍କୁ ମଧ୍ୟ ପ୍ରଣାମ ଯେଉଁମାନଙ୍କର ଭାରତର ସ୍ୱତନ୍ତ୍ରତାରେ ଯୋଗଦାନ ଥିଲା । ଆଜାଦ ହିନ୍ଦ କେବଳ ଗୋଟିଏ ନାମ ନଥିଲା । ଏହା ନେତାଜୀଙ୍କ ଦ୍ୱାରା ଜାରି କରାଯାଇଥିବା କିଛି ଯୋଜନା । ଏହି ଆଜାଦ ହିନ୍ଦ ସରକାରର ନିଜର ବ୍ୟାଙ୍କ, ମୁଦ୍ରା, ଡାକ ଟିକଟ, ଗୁପ୍ତଚର ତନ୍ତ୍ର ଥିଲା । ଭାରତର ସ୍ୱାଧୀନତା ହିଁ ଏହାର ଏକମାତ୍ର ଉଦେଶ୍ୟ ଥିଲା ।

LEAVE A REPLY

Please enter your comment!
Please enter your name here