ଚୀନରେ କରୋନାର ଭୟଙ୍କର ସ୍ଥିତି ଦେଖି ସତର୍କ ହୋଇଗଲେଣି ଭାରତ ସରକାର । ନାଜାଲ ଭ୍ୟାକ୍ସିନକୁ ଇନକୋଭାକକୁ ଅନୁମତି ମିିଳିସାରିଛି । ଏହି ନାଜାଲ ଭାକ୍ସିନ୍ କୋୱିନ୍ ଆପ୍ ଜରିଆରେ ଉପଲବ୍ଧ ରହିଛି । ବୁଷ୍ଟର ଡୋଜ୍ ପାଇଁ ଏହାର ମାତ୍ର ୨ ବୁନ୍ଦା ନାକରେ ପକାଯିବ । ଏବେ ଏହି ଭ୍ୟାକ୍‌ସିନ୍‌ର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି ସରକାର। ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ନାଜାଲ ଭ୍ୟାକ୍‌ସିନ୍ ଇନ୍‌କୋଭାକ୍‌କୁ ଅନୁମତି ମିଳିବା ପରେ ଏହାର ଦରକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଜିଏସ୍‌ଟିକୁ ମିଶାଇ ଟିକାର ପ୍ରକୃତ ମୂଲ୍ୟ କେତେ ରହିବ ସେ ନେଇ ଟିକା ପ୍ରସ୍ତୁତକାରୀ କମ୍ପାନୀ ସହ ଆଲୋଚନା କରିଥିଲେ ସରକାର। ଆଜି ସରକାର ଏହାର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି। ଇନକୋଭାକ୍ ନାଜାଲ ଭ୍ୟାକସିନ୍‌ର ମୂଲ୍ୟ ୮୦୦ ଟଙ୍କା ରଖାଯାଇଛି। ଏହା ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ। ଏହାକୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଦିଆଯାଇପାରିବ

LEAVE A REPLY

Please enter your comment!
Please enter your name here