ଆଜି ସମଗ୍ର ଦେଶ ମନେପକାଉଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ତାଙ୍କ 150ତମ ଜନ୍ମ ଦିବସରେ । ଅକ୍ଟୋବର 2 ତାରିଖ ଅର୍ଥାତ୍ ଆଜିର ଦିନରେ ସାରା ଭାରତ ପାଳନ କରୁଛି ଗାନ୍ଧୀ ଜୟନ୍ତୀ । ଏହି ପବିତ୍ର ଦିବସରେ ଭାରତରେ ଜନ୍ମ ନେଇଥିଲେ ଦୁଇ ଜଣ ମହାପୁରୁଷ । ଆଜିର ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ମଧ୍ୟ ଜନ୍ମ ଗ୍ରହଣ କରିଥିଲେ । ଅହିଂସାର ମାର୍ଗରେ ଚାଲିବାକୁ ବାଟ ଦେଖାଇଥିବା ବାପୁଜୀଙ୍କ ସ୍ମୃତିଚାରଣ କରି ଦିଲ୍ଲୀ ସ୍ଥିତ ରାଜଘାଟଠାରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ।

ଏପଟେ ଗାନ୍ଧୀ ଜୟନ୍ତୀ ଅବସରରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ନେତାମାନେ ମଧ୍ୟ ବାପୁଜୀଙ୍କୁ ମନେପକାଇ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ଏହାସହ ରାଜ୍ୟ ସରକାର ବହୁ ଉନ୍ନତିମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟର 6ଟି ସହରରେ ଆଜିଠାରୁ ସଂପୂର୍ଣ୍ଣ ଭାବେ ବନ୍ଦ ହେବ ପ୍ଲାଷ୍ଟିକ୍ ବ୍ୟାଗ୍ । ରାଜଧାନୀ ଭୁବନେଶ୍ୱର, କଟକ,ସମ୍ବଲପୁର,ବ୍ରହ୍ମପୁର, ରାଉରକେଲା ସହ ପୁରୀରେ ନିଷେଧ ହୋଇଛି ପଲିଥିନ୍ । ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବାକୁ ଏଭଳି ପ୍ରୟାସ ସହ ଆଜି ରାଜ୍ୟରେ ଶୁଭାରମ୍ଭ ହୋଇଛି ଷ୍ଟେଟ୍ ଫୁଡ଼୍ ସିକ୍ୟୁରିଟି ସ୍କିମ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଏହି ସ୍କିମ୍ ମାଧ୍ୟମରେ ରାଜ୍ୟର ପାଖାପାଖି 18.32 ଲକ୍ଷ ଲୋକ ଉପକୃତ ହେବେ ଓ ଆଗାମୀ ଦିନରେ ଏଥିରେ ଅନେକ ଅନ୍ତର୍ଭୁକ୍ତ ହେବେ ।

LEAVE A REPLY

Please enter your comment!
Please enter your name here