ବିଜେଡ଼ିରେ ଯୋଗଦେଲେ ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂ । ରାହୁଲଙ୍କ ଭବାନୀପାଟଣା ଓ ରାଉରକେଲା ଗସ୍ତ ବେଳେ ସୁନ୍ଦରଗଡର ପୂର୍ବତନ କଂଗ୍ରେସ ବିଧାୟକ ଯୋଗେଶ ସିଂ ଶଙ୍ଖ ଫୁଙ୍କିଛନ୍ତି । ଯୋଗେଶଙ୍କ ସହ ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀରୁ ତାଙ୍କର ହଜାର ହଜାର ସମର୍ଥକ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡ଼ି ସୁପ୍ରିମୋଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ସୁନ୍ଦରଗଡର ପୂର୍ବତନ ବିଧାୟକ । ବିଜେଡିରେ ଯୋଗ ଦେବା ପରେ ଯୋଗେଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡିଶାର ବିକାଶ ପୁରୁଷ ବୋଲି କହିଛନ୍ତି । ସୁନ୍ଦରଗଡର ବିକାଶ ପାଇଁ ସେ ବିଜେଡିରେ ଯୋଗ ଦେଇଛନ୍ତି ବୋଲି ଯୋଗେଶ କହିଛନ୍ତି ।

LEAVE A REPLY

Please enter your comment!
Please enter your name here