ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ଆସନ୍ତା ସାଧାରଣ ନିର୍ବାଚନ ପାଇଁ 44 ଜଣ ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ କରିଛି. ପ୍ରାର୍ଥୀ ଚୂଡାନ୍ତ ସଂପର୍କରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଘୋଷଣା କରିଛନ୍ତି. ତେବେ 44ଜଣଙ୍କ ନାମ ତାଲିକା ପ୍ରକାଶ କରାଯାଇନାହିଁ. ପୂର୍ବରୁ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ସୁଦ୍ଧା ବି ପ୍ରାର୍ଥୀ ଚୟନ କରିବାରେ ବିଳମ୍ବ କରୁଥିବା କଂଗ୍ରେସ ଏଥର ବହୁପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି. ଦଳ ଭିତରେ ଅସନ୍ତୋଷ ଏଡାଇବା ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିବାରେ ବିଳମ୍ବ ହେଉଥିବା କୁହାଯାଉଛି. ତେବେ ପ୍ରାର୍ଥୀ ଚୟନ ବିଜୟ ସମ୍ଭାବନାକୁ ଦୃଷ୍ଟିରେ ରଖି କରାଯାଇଛି ବୋଲି ନିରଞ୍ଜନ କହିଛନ୍ତି. ଅନ୍ୟ ଦଳଗୁଡିକ ଯଦିଓ ର୍ନିବାଚନ ହୋମଓାର୍କ ଆରମ୍ଭ କରିସାରିଛନ୍ତି, ତେବେ ବିଧିବଦ୍ଧ ଘୋଷଣା କେହି କରିନାହାଁନ୍ତି.

LEAVE A REPLY

Please enter your comment!
Please enter your name here