ଓଡିଶା ପୋଲିସ ସେବା, ସଚ୍ଚିବାଳୟ ସେବା ଏବଂ ସରକାରୀ ଡ୍ରାଇଭରମାନଙ୍କ ନିୟମାବଳୀରେ ସଂଶୋଧନ ପ୍ରସ୍ତାବକୁ ଆଜି କ୍ୟାବିନେଟ ମଂଜୁରୀ ଦେଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ଓଡିଶା ସଚ୍ଚିବାଳୟ ସେବା ନିଯୁକ୍ତି ଓ ସର୍ତ୍ତାବଳୀ ନିୟମରେ ସଂଶୋଧନ କରିଛି । ଉପବିଭାଗ ପଦବୀରୁ ପଦୋନ୍ନତି ପାଇଁ ଥିବା ଅଭିଜ୍ଞତା ୧୨ ବର୍ଷରୁ ୮ ବର୍ଷକୁ ହ୍ରାସ କରାଯାଇଛି । ସେହିପରି ଓଡିଶା ପୋଲିସ ସେବା ଓ ସଶସ୍ତ୍ର ପୋଲିସ ସେବାର ନିୟମ ୨୦୧୩କୁ ମଧ୍ୟ ସଂଶୋଧନ କରାଯାଇଛି । ସରକାରୀ ଡ୍ରାଇଭରଙ୍କ ନିୟମାବଳୀ ସଂଶୋଧନକୁୁ ମଧ୍ୟ କ୍ୟାବିନେଟ ମଂଜୁରୀ ଦେଇଛି ।

 

LEAVE A REPLY

Please enter your comment!
Please enter your name here