କରୋନାକୁ ନେଇ ସବୁ ଲକ୍ ଡାଉନ । ବାହାରକୁ ବାହାରିବା ମନା । କେମିତି କୋଉଠୁ ପନିପରିବା ଓ ସଉଦା କିଣି ଲୋକେ ଘର ଭିତରକୁ ପଶି ଯାଉଛନ୍ତି । ଦିନେ କି ଦୁଇଦିନ ନୁହେଁ, ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହୋଇଥିବା ନାକାବନ୍ଦୀର ପରିଣାମ ହେଉଛି, ସବୁଆଡ ଶୂନଶାନ୍ । ଯେଉଁଠି ଦିନେ ଲୋକେ ଘୋ ଘୋ ହେଉଥିଲେ, ସେଠି ଏବେ ମଣିଷଟିଏ ଦେଖିବା ମୁସ୍କିଲ । କୁଆଡେ ଗଲେ ମଣିଷମାନେ । ଆମକୁ ଖାଇବାକୁ ଦେବ କିଏ, ଆମେ କେମିତି ବଂଚିବୁ ।
ଦେଖନ୍ତୁ, ଇଏ ହେଉଛି ଲକଡାଉନର ପ୍ରଭାବ । ଖଣ୍ଡଗିରି ପାହାଡରେ ରହୁଥିବା ଏ ମାଙ୍କଡମାନେ ସବୁଦିନେ ମଣିଷଙ୍କ ଉପରେ ନିର୍ଭର କରି ଚଳି ଆସୁଥିଲେ । କେତେବେଳେ ପର୍ଯ୍ୟଟକଙ୍କଠୁ ବିସ୍କେଟ ଓ ବାଦାମ ଛଡେଇ ନେଇ ଯାଉଥିଲେ ତ ଆଉ କେତେବେଳେ ଖୁସିରେ ପର୍ଯ୍ୟଟକମାନେ ସେମାନଙ୍କୁ ଫଳମୂଳ ଖାଇବାକୁ ଦେଉଥିଲେ । ମାତ୍ର ଲକ୍ ଡାଉନର ଏ ବିଚିତ୍ର ସ୍ଥିତି, ଭୋକ ବିକଳରେ ଆଉଟୁପାଉଟୁ ହେଉଛନ୍ତି ମାଙ୍କଡମାନେ । ତେବେ ମାଙ୍କଡଙ୍କ ଭୋକ ଦେଖି ରାଜଧାନୀର କେତେକ ଯୁବକ ଏବେ ପହଞ୍ଚି ଯାଉଛନ୍ତି ଖଣ୍ଡଗିରିରେ । ମାଙ୍କଡଙ୍କୁ ଖାଇବାକୁ ଦେଉଛନ୍ତି । କିନ୍ତୁ ସେତିକିରେ କଣ ଶହ ଶହ ମାଙ୍କଡଙ୍କ ପେଟ ପୁରିବ ।

LEAVE A REPLY

Please enter your comment!
Please enter your name here