ଉତ୍ସବମୁଖର ସାରା ଦେଶ । ଭାରତ ମାତା କୀ ଜୟରେ ପ୍ରକମ୍ପିତ ହେଉଛି ପରିବେଶ । ସମସ୍ତେ ରଙ୍ଗର ହୋଲି ଖେଳୁଛନ୍ତି ଏବଂ ନାଚ ଗୀତ କରି ଖୁସୀ ମନାଉଛନ୍ତି । ପୁଲୱାମା ହମଲାରେ ଯେଉଁ ତ୍ରିରଙ୍ଗା ସହିଦଙ୍କ ଶରୀରରେ ଲୋଟିଯାଇଥିଲା ଆଜି ସେଇ ତ୍ରିରଙ୍ଗା ଫରଫର ହୋଇ ତରଙ୍ଗାୟିତ ହେଉଛି । କାରଣ ଭାରତୀୟ ବାୟୁ ସେନା ପାକିସ୍ତାନ ଆତଙ୍କବାଦୀଙ୍କ ଉପରେ ପ୍ରତିଶୋଧ ନେଇଛି ।

ଫେବୃଆରୀ ୧୪ରେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫର ୪୦ ଯବାନ ସହିଦ ହୋଇଥିଲେ । ଏହି ଘଟଣା ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିଲା । ପାକିସ୍ତାନ ଏବଂ ଆତଙ୍କବାଦୀଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ଦେଶବାସୀ ଦାବୀ କରି ରାସ୍ତାକୁ ଓହ୍ଲାଇଥିଲେ । ଆଜି ଦେଶ ଏହାର ପ୍ରତିଶୋଧ ନେଇଛି ।

ବାୟୁ ସେନା ପାକିସ୍ତାନକୁ କଡା ଜବାବ ଦେବା ପରେ ଦେଶବାସୀଙ୍କ ରକ୍ତ ଥଣ୍ଡା ହୋଇଛି । ଆଜି ସକାଳ ୩ଟା ୩୦ରେ ଭାରତୀୟ ବାୟୁସେନା ପିଓକେରେ ପ୍ରବେଶ କରି ଆତଙ୍କୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ଠିକଣା ସ୍ଥଳକୁ ଧ୍ୱଂସ କରିଛି । ଭାରତର ୧୨ଟି ମିରାଜ-୨୦୦୦ ଯୁଦ୍ଧ ବିମାନ ପାକିସ୍ତାନରେ ପଶି ଏୟାର ଷ୍ଟ୍ରାଇକକୁ ସଫଳ କରିଛି । ଏହି ଅପରେଶନରେ ପିଓକେର ବାଲାକୋଟ, ଚକୌତୀ ଏବଂ ମୁଜଫରାବାଦରେ ଆତଙ୍କବାଦୀ ଲଂଚ ପ୍ୟାଡକୁ ଧ୍ୱଂସ କରିଛି । ଏହି ତିନୋଟି ସ୍ଥାନ ଜୈଶ-ଏ-ମହମ୍ମଦର ଅଲ୍ଫା-୩ ଠିକଣା ଥିଲା, ଯାହାକୁ ଧ୍ୱଂସ କରାଯାଇଛି । ଭାରତର ଏହି କଡା ଯବାବ ପରେ ପାକିସ୍ତାନର ସ୍ଥିତି ଏବେ ସଙ୍ଗୀନ ହୋଇ ପଡିଛି ।

LEAVE A REPLY

Please enter your comment!
Please enter your name here