ଭାରତ – ଆମେରିକା ସହ ସମ୍ପର୍କ ବେଶି ଖରାପ ହେଲେ ଆମେରିକା ଭାରତ ପାଇଁ ନେଇପାରେ କଠୋର ନିଷ୍ପତ୍ତି । ଭାରତ ପାଇଁ ଜି ମେଲ୍ ବ୍ୟାନ୍ କରିପାରେ ଆମେରିକା । ଯାହାଦ୍ଵାରା ଅନ୍ୟ ଆପ୍ ଯେମିତିକି ଫେସବୁକ, ହ୍ଵାଟ୍ସପ୍ ୟୁପିଆଇ ଭଳି ଅନ୍ୟ ଆପ୍ ଗୁଡିକ ବନ୍ଦ ହୋଇଯିବ । ସୋସିଆଲ ମିଡିଆରେ ଭିଡିଓ କରି କିଛି ଏମିତି ଦାବି କରିଛନ୍ତି ଫୈଜଲ ଖାନ୍ ଓରଫ ଖାନ୍ ସାର୍ । ଟ୍ରମ୍ଫଙ୍କ ଟାରିଫ୍ ନୀତି ଯୋଗୁ ଭାରତ ଆମେରିକାର ସମ୍ପର୍କ ଦିନକୁ ଦିନ ଆହୁରି ଖରାପ ହେବାରେ ଲାଗିଛି । ଟ୍ରମ୍ଫ ପ୍ରଶାସନର କଠୋର ନୀତି ଏବଂ ଭାରତ ଉପରେ ପକାଉଥିବା ଚାପକୁ ଭାରତ ଦୃଢତାର ସହ ସାମ୍ନା କରୁଥିବା ବେଳେ, ଏବେ ଖାନ୍ ସାରଙ୍କର ଏକ ବୟାନ ଯାହା ସୋସିଆଲ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଛି । ଭିଡିଓରେ ଖାନ୍ ସାର କହିଛନ୍ତି, ଆମେରିକା ଖୁବଶୀଘ୍ର ଗୁଗଲ୍ ଦ୍ଵାରା Gmail ସେବା ବନ୍ଦ କରିପାରେ । ଯାହାଦ୍ଵାରା ଭାରତର ମୋବାଇଲ ସେବା ଉପରେ ଗଭିର ପ୍ରଭାବ ପଡିପାରେ । ଏବଂ ଡିଜିଟାଲ ପେମେଣ୍ଟ ଆପ୍ ଉପରେ ପଡିପାରେ ବଡ ପ୍ରଭାବ । ଆମେ ଯେକୌଣସି ବି ଆପ୍ଲିକେସନ ଡାଉନଲୋଡ କରନ୍ତି, ତାହା ପ୍ଲେ ଷ୍ଟୋରରୁ କରନ୍ତି । ଆଉ ଗୁଗଲ୍ ବନ୍ଦ ହେଲେ ସିଧା ପ୍ଲେ ଷ୍ଟୋର ହିଁ ବନ୍ଦ ହୋଇଯିବ । କହିବାକୁ ଗଲେ କେବଳ ଗୁଗଲ୍ ବନ୍ଦ ହେଲେ ଆମର ମୋବାଇଲ ସର୍ଭିସ ଏକପ୍ରକାର ବନ୍ଦ ହୋଇଯିବ ବୋଲି କହିଛନ୍ତି ଖାନ୍ ସାର । ଖାନ୍ ସାରଙ୍କ ଏପରି ଦାବିକୁ ଅନେକ ଲୋକ ସପୋର୍ଟ କରିଥିବା ବେଳେ ଅନେକ ଏହା ଭୁଲ ବୋଲି କହିଛନ୍ତି ।














