ସେନାରେ ସାମୟିକ ନିଯୁକ୍ତି ସଂପର୍କିତ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ଜୋରଦାର ବିରୋଧ । ବିହାରରେ ଜଳିବା ଆରମ୍ଭ ହେଲା ନିଆଁ । ସେନାରେ ନିଯୁକ୍ତି ପାଇଁ ଆଶାୟୀ ପ୍ରାର୍ଥୀମାନେ ବିହାରରେ ଲଗାତର ଦୁଇଦିନ ଧରି ପ୍ରତିବାଦ ଜାରି ରଖିଛନ୍ତି । ରାସ୍ତା ଅବରୋଧ କରିବା ସହ ଟ୍ରେନରେ ନିଆଁ ଲଗାଇ ଦେଇଛନ୍ତି । ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀମାନେ ଗାଡି ମଟର ଭଙ୍ଗାରୁଜା କରିବା ସହ ଟେକାପଥର ମାଡ କରିଛନ୍ତି । ବିହାରରୁ ଆରମ୍ଭ ହୋଇତିବା ଏହି ପ୍ରତିବାଦର ନିଆଁ ହରିୟାଣା ଓ ଉତ୍ତରପ୍ରଦେଶକୁ ବ୍ୟାପିବାରେ ଲାଗିଲାଣି । ତୁରନ୍ତ ସେନାରେ ସାମୟିକ ନିଯୁକ୍ତି ଯୋଜନା ଅଗ୍ନିପଥ ପ୍ରତ୍ୟାହାର କରିବାକୁ ବିକ୍ଷୋଭକାରୀ ମାନେ ଦାବି କରିଛନ୍ତି । ବିହାର ଦେଇ ଯାଉଥିବା 22ଟି ଟ୍ରେନକୁ ବାତିଲ କରିଦିଆଯାଇଛି । ହରିୟାଣାରେ ପ୍ରତିକାର ସ୍ବରୁପ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି । ଜିଲ୍ଲା ବିଜେପି ଅଫିସରେ ବିକ୍ଷୋଭକାରୀମାନେ ଭଙ୍ଗାରୁଜା କରିଛନ୍ତି । ଜଣେ ବିଜେପି ବିଧାୟିକାକଙ୍କ ଗାଡି ଉପରକୁ ଟେକାପଥର ପକାଇବା ଯୋଗୁ ବିଧାୟିକା ଆହତ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here