ମାନସ ହତ୍ୟା ମାମଲାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ନେଇ ସିନ ରିକ୍ରିଏଟ କରିଛି । ସକାଳେ କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍ ଶର୍ମିଷ୍ଠାଙ୍କୁ ପ୍ରଥମେ ଚାନ୍ଦବାଲିର ପଳାସପୁରକୁ ନେଇଥିଲେ । ସେଠାରେ ମାନସ ଯେଉଁ ବିବାହର ସୁଟିଂ ପାଇଁ ଯାଇଥିଲେ ଓ ଯେଉଁ ସ୍ଥାନରୁ ମାନସଙ୍କୁ ଅପହରଣ କରାଯାଇଥିଲା ସେହି ସ୍ଥାନକୁ ଶର୍ମିଷ୍ଠାଙ୍କୁ ନିଆଯାଇଥିଲା । ପରେ ଶର୍ମିଷ୍ଠାଙ୍କୁ ସେଠାରୁ ପୁଣି ଭୁବନେଶ୍ୱର ଦୟାଲ ଆଶ୍ରମ ନିଆଯାଇଛି । ଆଶ୍ରମ ଭିତରେ ମାନସଙ୍କୁ କିଭଳି ହତ୍ୟା କରାଗଲା ତାହା କରି ଦେଖାଇବେ ଶର୍ମିଷ୍ଠା । ଏହାପରେ ତାଙ୍କୁ ମାନସଙ୍କ ମୃତ ଦେହ ଫିଙ୍ଗା ଯାଇଥିବା ନୟାଗଡ ଜିଲ୍ଲା ରଣପୁରର ସେହି ସ୍ଥାନକୁ ନିଆଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି ।

LEAVE A REPLY

Please enter your comment!
Please enter your name here