ଆଉ ନାହାନ୍ତି କଣ୍ଠଶିଳ୍ପୀ ଚିତ୍ତ ଜେନା. ବହୁ ସମୟ ଧରି ଦର୍ଶକଙ୍କ ହୃଦୟରେ ରାଜ୍ କରିଆସିଥିବା ଚିତ୍ତ ଜେନା ମଙ୍ଗଳବାର ଦିନ କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି. ଏହି ଖବର ଆସିବା ପରେ  ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି. ଚିତ୍ତଙ୍କୁ 76 ବର୍ଷ ବୟସ ହୋଇଥିଲା. ଗତ କିଛି ଦିନ ହେବ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ. ବ୍ରେନ ଷ୍ଟ୍ରୋକ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି. ତେବେ ଚିତ୍ତ ବହୁ ଫିଲ୍ମରେ ନିଜ କଣ୍ଠର ଯାଦୁ ଦେଖାଇଥିଲେ , ଯାହା ମଧ୍ୟରେ ‘ରୂପ ହୋଇଥିବା ଲାବଣ୍ୟବତୀ’, ‘ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର’,  ‘ଏ ବନ ଝରଣା’, ‘ନ ଯାରେ ନ ଯା ଗୋରୀ ବାଲି ଯାତରା ଦେଖି’, ‘ମାଣିକ, ଆଲୋ ଆଲୋ ମାଣିକ’ ଭଳି ବହୁ ସଂଗୀତ ରହିଛି. ଚିତ୍ତ ଜେନାଙ୍କ ପରଲୋକ ଓଡିଆ ସଙ୍ଗୀତ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି.

LEAVE A REPLY

Please enter your comment!
Please enter your name here