ପରଲୋକରେ ବରିଷ୍ଠ ରାଜନେତା ତଥା ପାଟକୁରା ବିଜେଡି ବିଧାୟକ ପାର୍ଥୀ ବେଦପ୍ରକାଶ ଅଗ୍ରୱାଲ । ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଅଗ୍ରୱାଲଙ୍କ ପରଲୋକ ହୋଇଯାଇଛି । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ବେଦପ୍ରକାଶ ପାଟକୁରାରୁ ୨୦୦୯ ଓ ୨୦୧୪ ରେ ବିଧାୟକ ଥିଲେ । ଏହା ସହ ସେ କେନ୍ଦ୍ରାପଡାରୁ ଚାରିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ . ୧୯୭୪ରେ ସେ ଉତ୍କଳ କଂଗ୍ରେସର ବିଧାୟକ ଥିଲେ । ୨୦୦୦ ମସିହାରେ ସେ ବିଜେପି ବିଧାୟକ ରୂପେ ନିର୍ବାଚିତ ହୋଇଥିବା ବେଳେ ପରେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ । ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ସରକାରରେ ସେ ବିଭିନ୍ନ ବିଭାଗର ମନ୍ତ୍ରୀ ରହିବା ସହ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ. ଚଳିତ ନିର୍ବାଚନରେ ସେ ପାଟକୁରାରୁ ପ୍ରାର୍ଥଈ ହୋଇଥିବା ବେଳେ ତାଙ୍କ ବିରୋଧରେ ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଥିଲେ. ବେଦପ୍ରକାଶଙ୍କ ଦେହାନ୍ତରେ ରାଜ୍ୟ ରାଜନୀତିରେ ଅପୂରଣୀୟ କ୍ଷତି ହୋଇଛି. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଭିନ୍ନ ଦଳର ନେତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି.

LEAVE A REPLY

Please enter your comment!
Please enter your name here