ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ଢେଙ୍କାନାଳ ସଦର ଥାନା ଗେଙ୍ଗୁଟିଆ ଗାଁରେ ଘଟିଛି ଅଘଟଣ । ସୁଚନାଅନୁସାରେ, ଗୋଟିଏ ପରିବାରର ବାପା ଓ ପୁଅ ଘର ଛପର କରୁଥିଲେ । ଘର ଉପରେ ଥିବା ବିଦ୍ୟୁତ ତାରରେ ଆଘାତ ପାଇ ବାପାର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇପଡ଼ିଥିବା ସୂଚନା ମିଳିଛି । ଗୁରୁତରଙ୍କୁ ସ୍ଥାନୀୟ ମେଡ଼ିକାଲକୁ ପଠାଯାଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବୀରେ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି । ଫଳରେ ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ଉତ୍ୟକ୍ତଙ୍କୁ ବୁଝାସୁଝା କରିଛନ୍ତି ।

LEAVE A REPLY

Please enter your comment!
Please enter your name here