ଆଜିଠାରୁ ଭୁବନେଶ୍ବରରୁ ରାଉରକେଲାକୁ ବିମାନସେବା ଆରମ୍ଭ ହୋଇଛି । ଆଲାଏନ୍ସ ଏୟାର ପକ୍ଷରୁ ଏହି ବିମାନ ସେବା ଆରମ୍ଭ କରାଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭିଡିଓ କନଫରେନ୍ସିଂ ଜରିଆରେ ଆନୁଷ୍ଠାନିକ ଭାବେ ଏହାର ଉଦଘାଟନ କରିଛନ୍ତି । ଭୁବନେଶ୍ବର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି ବିମାନ ଉଡାଣର ଫ୍ଲାଗଅଫ୍ କରିଥିଲେ ।
ଆସନ୍ତା 12 ତାରିଖରୁ ନିୟମିତ ଉଡାଣ କରାଯିବ । ଭୁବନେଶ୍ବରରୁ ପ୍ରତିଦିନ 2 ଟା 55 ରେ ଛାଡିବ ଏବଂ ରାଉରକେଲାରେ 3ଟା 50ରେ ପହଞ୍ଚିବ । ସେହିପରି ରାଉରକେଲାରୁ 4ଟା 15ରେ ଉଡାଣ ଆରମ୍ଭ କରିବ ଏବଂ ଭୁବନେଶ୍ବରରେ 5ଟା 10ରେ ପହଞ୍ଚିବ । ଭୁବନେଶ୍ବରରୁ ରାଉରକେଲା ପାଇଁ ବିମାନଭଡା 2 ହଜାର 803 ଟଙ୍କା ରହିଥିବା ବେଳେ ରାଉରକେଲାରୁ ଭୁବନେଶ୍ବରକୁ 2 ହଜାର 701 ଟଙ୍କା ରହିଛି ।
ବିମାନରେ 72 ଜଣ ଯାତ୍ରୀ ଯାଇପାରିବେ ।