ଆଜି ଦିଲ୍ଲୀ ନଗର ନିଗମ ମେୟର ନିର୍ବାଚନ ଚାଲିଛି । କାର୍ଯ୍ୟାଳୟ ପରିସର ଭିତରର ଏ ଚିତ୍ର । ବିଜେପି ଏବଂ ଆମ ଆଦମି ପାର୍ଟିର ଯେଉଁ କର୍ମକର୍ତ୍ତାମାନେ ରହିଛନ୍ତି ସେମାନଙ୍କ ମଧ୍ୟରେ ହଟ୍ଟଗୋଳ ହୋଇଛି । ମେୟର , ଡେପୁଟି ମେୟର ନେଇ ନିର୍ବାଚନ ଚାଲିଛି । ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକ୍ସେନାଙ୍କ ଦ୍ୱାରା ସତ୍ୟ ଶର୍ମାଙ୍କୁ ଅସ୍ଥାୟୀ ବାଚସ୍ପତି ନିଯୁକ୍ତକୁ ବିରୋଧ କରି ଆପ ସଦସ୍ୟ ହୋହଲ୍ଲା କରିଛନ୍ତି । ଆଜି ମେୟର ନିର୍ବାଚନ ପୂର୍ବରୁ କାଉନସିଲରମାନେ ଅସ୍ଥାୟୀ ବାଚସ୍ପତିଙ୍କ ଦ୍ୱାରା ଶପଥ ନେବାର ଥିଲା। ପୂର୍ବରୁ ଉପରାଜ୍ୟପାଳ ଭି.କେ. ସାକ୍ସେନା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟରେ ବିବାଦ ତୀବ୍ର ହୋଇଛି। ଉପରାଜ୍ୟପାଳ ମେୟର ନିର୍ବାଚନ ପରିଚାଳନା ଲାଗି ଗୁରୁବାର ବିଜେପି କାଉନସିଲର ସତ୍ୟ ଶର୍ମାଙ୍କୁ ପ୍ରିଜାଇଡିଂ ଅଫିସର ବା ଅସ୍ଥାୟୀ ବାଚସ୍ପତି ନିଯୁକ୍ତ କରିଛନ୍ତି। ଏହାକୁ ନେଇ ଆପ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।

LEAVE A REPLY

Please enter your comment!
Please enter your name here