ବାରମ୍ବାର କୋଭିଡକୁ ନେଇ ସଚେତନ କରାଇଲେ ମଧ୍ୟ ସାବାଡ୍ ହେଉନାହାଁନ୍ତି ଅମାନିଆ । ଛକ ଛକରେ ପୋଲିସ ଜଗି ନୟାନ୍ତ ହୋଇଥିବାବେଳେ ସୁଧୁରୁନାହାଁନ୍ତି ଅମାନିଆ । ପୋଲିସ ଆଖିରେ ଧୂଳି ଦେଇ ମାସ୍କ ପିନ୍ଧୁନଥିବା , ସାମାଜିକ ଦୂରତା ରକ୍ଷା କରୁନଥିବା ଅମାନିଆ ଆଉ ରକ୍ଷା ପାଇବେ ନାହିଁ । କାହିଁକି ନା କୋଭିଡ ନିୟମ ମାନୁନଥିବା ଅମାନିଆକୁ ସାବାଡ୍ କରିବାକୁ ଗଠନ ହୋଇଛି ସ୍ୱତନ୍ତ୍ର ଟିମ୍ । ସିସିଟିଭି ଆଧାରରେ ଅମାନିଆଙ୍କ ନିକଟରେ ପହଞ୍ଚିବା ସହ ତାଙ୍କ ଠାରୁ ଫାଇନ୍ କଟାଯିବ । ସଂକ୍ରମଣ ବଢ଼ୁଥିବା ବେଳେ ନିୟମ ଉଲ୍ଲଂଘନ କଲେ ଆଉ ନିସ୍ତାର ମିଳିବ ନାହିଁ । ତେବେ ନୂଆ ନିୟମ ଅନୁସାରେ ଫାଇନ୍ କଟାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି
ଗତକାଲି ଠାରୁ ମୁଖ୍ୟମନ୍ତ୍ରୀ ୧୪ ଦିନିଆ ମାସ୍କ ପିନ୍ଧା ଅଭିଯାନ ଆରମ୍ଭ କରିଛନ୍ତି । ରାଜ୍ୟରେ ସଂକ୍ରମଣ ବଢ଼ୁଥିବା ବେଳେ ଅନେକ ଲୋକେ ଏବେ ବି ସଚେତନ ନହୋଇ ବିନା ମାସ୍କରେ ବୁଲୁଥିବାର ଦେଖିବାକୁ ମିଳୁଛି । ମହମାରୀକୁ ହରାଇବାକୁ ହେଲେ ମାସ୍କ ପିନ୍ଧିବା ପାଇଁ ସଂକଳ୍ପ ନେବା ଦରକାର। ମାସ୍କ ପିନ୍ଧିନଥିବା ଲୋକଙ୍କ ଠାରୁ ଜରିମାନା ଆଦାୟ ହେବ। ମାସ୍କ ନପିନ୍ଧିଲେ ଏବେ ୨ ଗୁଣା ଜରିମାନା ଆଦାୟ କରାଯିବ । ତେବେ ବେକରେ ନ ଝୁଲାଇ ଠିକ୍ ଭାବେ ନାକକୁ ଘୋଡ଼ାଇ ମାସ୍କ ପିନ୍ଧିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here