ମଙ୍ଗଳବାର ଉପରାଷ୍ଟ୍ରପତି ନିର୍ବାଚନରେ ମିଳିତ ବିରୋଧୀ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ପରାସ୍ତ କରି NDA ପ୍ରାର୍ଥୀ ରାଧାକ୍ରିଷ୍ଣନ୍ ଭାରତର ୧୫ତମ ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି । ତାଙ୍କୁ ୪୫୨ ଭୋଟ୍ ମିଳିଥିବା ବେଳେ ବିରୋଧୀ ପ୍ରାର୍ଥୀ ଏବଂ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ବି.ସୁଦର୍ଶନ ରେଡ୍ଡୀ ୩୦୦ ଭୋଟ୍ ପାଇଥିଲେ ।
ଆସନ୍ତାକାଲି ୧୫ ତମ ଉପ-ରାଷ୍ଟ୍ରପତିଭାବେ ଶପଥ ନେବେ ସିପି ରାଧାକ୍ରିଷ୍ଣନ୍ ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ନବନିର୍ବାଚିତ ଉପରାଷ୍ଟ୍ରପତିଙ୍କୁ କରାଇବେ ଶପଥ ପାଠ । ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ।













