କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ପୁରୁଷ ବିଶ୍ୱକପ ହକିକୁ ସ୍ମରଣୀୟ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଆଜି ସଚିବାଳୟରେ ୫ଟି ଭିନ୍ନ ଭିନ୍ନ ଡାକ ଟିକଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ହକି ଉପରେ ଡାକ ଟିକଟ ପ୍ରସ୍ତୁତ କରିଥିବାରୁ ଡାକ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି । ଡାକ ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିୟମ ପରିସରରେ ଏକ ଷ୍ଟଲ ଖୋଲାଯିବ, ଯେଉଁଠାରେ ହକି ପ୍ରେମୀମାନେ ଏହି ସ୍ମରଣୀୟ ଡାକ ଟିକଟକୁ ସଂଗ୍ରହ କରିପାରିବେ । ସେହିପରି କେନ୍ଦୁଝରରେ ଡିସେମ୍ବର ୧୫ରୁ ୧୭ ପର୍ଯ୍ୟନ୍ତ ଏକ ଡାକ ଟିକଟ ପ୍ରଦର୍ଶନୀ ଆୟୋଜନ କରାଯାଇଛି ବୋଲି ଡାକ ବିଭାଗ ଚିଫ୍ ପୋଷ୍ଟମାଷ୍ଟର ଜଳେଶ୍ୱର କହଁର କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here