ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍ରେସନରେ ପରିଣତ ହୋଇଛି. ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ଏହା ଡିପ୍ ଡିପ୍ରେସନର ରୂପ ନେବ. ଚେନ୍ନାଇରୁ ୧୪୯୦କିଲୋମିଟର ଏବଂ ମଛଲିପଟନମରୁ ୧୭୬୦ କିଲୋମିଟର ଦୂରରେ ଥିବା ଏହି ସାମୁଦ୍ରିକ ଝଡ ‘ଫାନୀ’ ଡିପ୍ ଡିପ୍ରେସନର ୧୨ ଘଣ୍ଟା ପରେ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି. ତେବେ ଫାନୀର ପ୍ରଭାବ ଓଡିଶା ଉପରେ ପଡିବ ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି. ଓଡିଶାରେ କାଳବୈଶାଖୀ ପ୍ରଭାବରେ ସ୍ଥାନେ ସ୍ଥାନେ ବର୍ଷା ହେବାର ସମ୍ଭାବନା ରହିଛି.

 

LEAVE A REPLY

Please enter your comment!
Please enter your name here