ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ.ଜେ. ଆକବରଙ୍କ ଇସ୍ତଫା ଦେଇଛନ୍ତି । ମିଠୁ ଜାଲରେ ଫସିବା ପରେ ଇସ୍ତଫା ଦେଇଛନ୍ତି ଏମ.ଜେ ଆକବର । ଆକବରଙ୍କ ନାଁରେ ପ୍ରାୟ ୧୬ ଜଣ ସାମ୍ବାଦିକା ଅଭିଯୋଗ କରିବା ପରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ବଢିଚାଲିଥିଲା ।  ଆକବର ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ କରିଥିଲେ ସାମ୍ବାଦିକା ।

ନିଜର ଇସ୍ତଫା ସଂପର୍କରେ ଏକ ବୟାନ ଜାରି କରି ଆକବର କହିଛନ୍ତି ଯେ ତାଙ୍କ ବିରୋଧରେ ଆସିଥିବା ମିଥ୍ୟା ଅଭିଯୋଗ ବିରୋଧରେ ନ୍ୟାୟ ପାଇବା ପାଇଁ ସେ ନିଜେ ଲଢେଇ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏ ପରିପ୍ରେକ୍ଷୀରେ ସେ ନିଜର ସରକାରୀ ଦାୟିତ୍ୱରେ ରହିବା ଉଚିତ ମନେକରୁନାହାନ୍ତି । ଏଣୁ ସେ କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଉଛନ୍ତି । ଦେଶର ସେବା କରିବାକୁ ସୁଯୋଗ ଦେଇଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here