ଓଡିଶାର ଅନୂସୁଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ କୁଠାରଘାତ ବିରୋଧରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମଜି ନିକଟରେ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନରେ ୫ ହଜାରରୁ ଉଦ୍ଧ୍ୱର୍ ଅନୁସୂଚିତ ଜାତି ଛାତ୍ରଛାତ୍ରୀମାନେ ସାମିଲ ହୋଇଛନ୍ତି । ସେମାନଙ୍କ ସହ ବିଜୁ ଜନତା ଦଳର ବିଧାୟକ , ସାଂସଦଙ୍କ ସମେତ ଦଳୀୟ କର୍ମକର୍ତ୍ତା ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରିଛନ୍ତି । ଏହି ଦସ୍ତଖତ ଅଭିଯାନ ଆସନ୍ତା ୧ ମାସ ଧରି ଚାଲିବ । ପ୍ରତ୍ୟେକ ଜିଲ୍ଲାର ଏହି ଦସ୍ତଖତ ଅଭିଯାନ ଆୟୋଜନ କରାଯିବା ପରେ ୧୦ ଲକ୍ଷରୁ ଅଧିକ ଦସ୍ତଖତ ସମ୍ବଳିତ ସ୍ମାରକ ପତ୍ର ରାଷ୍ଟ୍ରପତିଙ୍କୁ ଦିଆଯିବ ।
ଦୁଇ ଲକ୍ଷରୁ ଉଦ୍ଧ୍ୱ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତିର କେନ୍ଦ୍ରୀୟ ଅଂଶର ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ କରି ରାଜ୍ୟ ଉପରେ ଏବେ ଅତିରିକ୍ତ ବୋଝ ଲଦି ଦେଉଛନ୍ତି । ପୂର୍ବରୁ କେନ୍ଦ୍ର ସରକାର ଦେଉଥିବା ୯୦ ପ୍ରତିଶତ ଛାତ୍ରବୃତ୍ତି ଏବେ ୨୦ ପ୍ରତିଶତରେ ସୀମିତ ରଖିଛନ୍ତି । ଏପରିକି ଧାର୍ଯ୍ୟ ସମୟରେ ନିଜ ଅଂଶଧନ କେନ୍ଦ୍ର ସରକାର ଦେଉନାହାଁନ୍ତି । ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି ବୋଲି ବିଜୁ-ଯୁବ ଛାତ୍ର ଜନତା ଦଳ ଅଭିଯୋଗ କରିଛି ।

LEAVE A REPLY

Please enter your comment!
Please enter your name here