ଧ୍ୟାନମୁଦ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେଦାରନାଥରେ ଗୁମ୍ପା ଭିତରେ ମୋଦିଙ୍କ ଧ୍ୟାନମୁଦ୍ରା ଚିତ୍ର ଭାଇରାଲ୍ ହେବା ପରେ ଏବେ ସାରା ଭାରତରେ ଏହାକୁ ନେଇ ଚର୍ଚ୍ଚା ଯୋର ଧରିଛି । ଆଉ ମୋଦି ଧ୍ୟାନରେ ବସିଥିବା ସେହି ଗୁମ୍ପାକୁ ନେଇ ଏହା ଭିତରେ କିଛି ମଜାଦାର ତଥ୍ୟ ମଧ୍ୟ ପଦାକୁ ଆସିଛି । ଧ୍ୟାନ, ପୂଜାର୍ଚ୍ଚନା, ପ୍ରାର୍ଥନା ସମସ୍ତଙ୍କର ବ୍ୟକ୍ତିଗତ ବ୍ୟାପାର । ମାତ୍ର ମିଳିଥିବା ତଥ୍ୟ କହୁଛି, ମୋଦି ତାଙ୍କର ବ୍ୟକ୍ତିଗତ ପୂଜାର୍ଚ୍ଚନାକୁ ନେଇ ସାଧାରଣରେ ଚର୍ଚ୍ଚାରେ ରହିବା ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ । ସତ କଥା ହେଲା ଶନିବାର ରାତିରେ ମୋଦି ଯେଉଁ ସ୍ଥାନରେ ଧ୍ୟାନ କରୁଥିଲେ ତାହା କୈାଣସି ପ୍ରାକୃତିକ ଗୁମ୍ପା ନୁହେଁ, ତାହା ମୋଦିଙ୍କ ପାଇଁ ତିଆରି ହୋଇଥିବା ଏକ ମନୁଷ୍ୟକୃତ ଗୁମ୍ଫ । ମୋଦିଙ୍କ ଧ୍ୟାନ ପାଇଁ ମାସ ମାସ ଲାଗି ପଥରକୁ କାଟି ଉକ୍ତ ଗୁମ୍ପା ନିର୍ମାଣ କରାଯାଇଥିଲା । । ସୁବ୍ୟବସ୍ଥିତ ଓ ଆରାମଦାୟକ ଏହି ଆଧୁନିକ ଗୁମ୍ପାରେ ବିଳାସମୟ ସମୟ ବିତାଇବା ପାଇଁ ସମସ୍ତ ବନେ୍ଦାବସ୍ତ ମଧ୍ୟ କରାଯାଇଥିଲା । ଏପରିକି ସ୍ନାନ ଓ ଶୌଚ ପାଇଁ ଗୁମ୍ଫାରେ ଶୌଚାଳୟ ମଧ୍ୟ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ଲଗାଯିବା ସହ ମୋାଦି ଧ୍ୟାନ କରୁଥିବା ବେଳେ ବାହାରେ ସୁରକ୍ଷା ବଳ ମଧ୍ୟ ପହରା ଦେଇଥିଲେ । ସେହି ଗୁମ୍ପାରେ ଏକ ପଲଙ୍କ ସହିତ ଏକ ସୁନ୍ଦର କୋଠରୀ ମଧ୍ୟ ରହିଛି ବୋଲି ଜଣେ ସ୍ଥାନୀୟ ସରକାରି ଅଧିକାରୀ କହିଛନ୍ତି । ଯଦି ସତରେ ମୋଦି ଧ୍ୟାନ କରିବାକୁ ଚାହୁଁଥିଲେ, ତେବେ କୌଣସି ପ୍ରାକୃତିକ ଗୁମ୍ଫାରେ ଯାଇ ଏକା ଧ୍ୟାନ କରିପାରିଥାନ୍ତେ । କ୍ୟାମେରା ଟିମ ସାଙ୍ଗରେ ଧରି ଯିବା କଣ ଦରକାର ଥିଲା ।

LEAVE A REPLY

Please enter your comment!
Please enter your name here