ଶେଷରେ ଇସ୍ତଫା ଦେଲେ ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମା । ବିବାଦ ପରେ ଚାକିରୀରୁ ଇସ୍ତଫା ଦେଇଛନ୍ତି ଆଲୋକ ବର୍ମା । ଗତକାଲି ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଯାଇ ଅଗ୍ନିଶମ ବିଭାଗ ଡିଜି ଭାବେ ବଦଳି କରାଯାଇଥିଲା । ହାଇପାୱାର ସିଲେକ୍ସନ ପ୍ୟାନେଲ ଆଲୋକ ବର୍ମାଙ୍କୁ ତାଙ୍କ ପଦରୁ ହଟାଇଥିଲେ । ସୂଚନାଯୋଗ୍ୟ, ଆଲୋକ ବର୍ମାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ କେନ୍ଦ୍ର ସରକରାଙ୍କ ତାଙ୍କୁ ଛୁଟିରେ ପଠାଇ ଏମ ନାଗେଶ୍ୱର ରାଓଙ୍କୁ ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦେଇଥିଲେ. ପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ରବ୍ଦ କରିବା ସହ ଶ୍ରୀ ବର୍ମାଙ୍କୁ ପୁନଃଅବସ୍ଥାପିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ . ଏହାପରେ ସେ ଦାୟିତ୍ବ ଗ୍ରହଣ କରିଥିଲେ ମଧ୍ୟ  ଗତକାଲି ଚୟନ କମିଟି ଶ୍ରୀ ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଇ ଦେଇଥିଲା. ଅପମାନ ଭାବେ ସିବିଆଇ ନିର୍ଦ୍ଦେଶକ ପଦରୁ ବିଦା ହେବା ପରେ ଆଲୋକ ବର୍ମା କହିଛନ୍ତି ଯେ, ମିଛ ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଯାହା ସହିତ ତାଙ୍କର ପଡୁନଥିଲା କେବଳ ସେହି ବ୍ୟକ୍ତିର ମିଛ ଅଭିଯୋଗକୁ ନେଇ ତାଙ୍କର ବଦଳି କରାଯିବା ଦୁଃଖ ଦାୟକ । ବର୍ମାଆହୁରି ମଧ୍ୟ କହିଛନ୍ତି, ସିବିଆଇ କାର୍ଯ୍ୟକଳାପରେ କାହାରି ହସ୍ତକ୍ଷେପ ରହିବା ଅନୁଚିତ । ଏହି ତଦନ୍ତକାରୀ ସଂସ୍ଥାର ମର୍ଯ୍ୟାଦା ବଜାୟ ରଖିବାକୁ ସେ ଚେଷ୍ଟା କରୁଥିବାବେଳେ ଅନ୍ୟ କେତେକ ବ୍ୟକ୍ତି ତାଙ୍କୁ ଧ୍ୱସଂ କରିବାକୁ ଚାହୁଁଛନ୍ତି । ସିଲେକ୍ସନ କମିଟି ଗତକାଲି ବର୍ମାଙ୍କୁ ବଦଳି କରିଛନ୍ତି । ୨୦୧୮ ଅକ୍ଟୋବର ୨୩ରେ ସିଭିସି ଓ କେନ୍ଦ୍ର ନିର୍ଦ୍ଦେଶ ଏହାର ଉଦାହରଣ । ଯାହାକୁ ସୁପ୍ରିମକୋର୍ଟ ଖାରଜ କରିଥିଲେ । ସିବିଆଇ ନିର୍ଦ୍ଦେଶକ ପଦରୁ ବଦଳି କରାଯାଇ ଆଲୋକ ବର୍ମାଙ୍କୁ କେନ୍ଦ୍ର ଗୃହମନ୍ତ୍ରାଳୟର ଅଗ୍ନିଶମ ସିଭିଲ ଡିଫେନ୍ସ ଓ ହୋମଗାର୍ଡ ମହାନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରାଯାଇଥିଲା । ସିବିଆଇର ନୂଆ ନିର୍ଦ୍ଦେଶକ ନିଯୁକ୍ତି ହେବା ଯାଏ ଏମ ନାଗେଶ୍ୱର ରାଏ ସିବିଆଇ ଦାୟିତ୍ୱ ତୁଲାଇବେ ।

LEAVE A REPLY

Please enter your comment!
Please enter your name here