ଗଞ୍ଜାମ ଜିଲ୍ଲା ଭଞ୍ଜନଗରର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ କୁବେର ଭଣ୍ଡାର । ଯେତେ ଖୋଲିଲେ ସେତେ ବାହାରୁଛି । ଆଜି କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କ ଘରୁ ନଗଦ ୧କୋଟି ୪୧ ଲକ୍ଷ ଟଙ୍କା ମିଳିବା ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ତାଙ୍କ ଘରୁ ୩୫୪ ଗ୍ରାମ୍ ସୁନା ମଧ୍ୟ ଜବତ କରିଛି ଭିଜିଲାନ୍ସ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଦେଉଛି, ଭୁବନେଶ୍ବର ସାଲିଆ ସାହିରେ ଏକ ଝୁମ୍ପୁଡ଼ି ଘରେ ରହୁଥିବା କାର୍ତ୍ତିକେଶ୍ବରଙ୍କ ଦ୍ବିତୀୟ ପତ୍ନୀ ତଥା ଶାଳୀ କଳ୍ପନାଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ କରିଥିଲା । ଘର ଭିତରୁ ଏତେ ପରିମାଣର ଟଙ୍କା ଦେଖି ଭିଜିଲାନ୍ସ ଟିମ୍ ବି ତାଜୁବ୍ ହୋଇଯାଇଥିଲେ । ଏପର୍ଯ୍ୟନ୍ତ କାର୍ତ୍ତିକେଶ୍ବର ରାଉଳଙ୍କ ନିକଟରୁ 4.76 କୋଟି ଟଙ୍କା ଭିଜିଲାନ୍ସ ଜବତ କଲାଣି ।

ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ତିନି ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି ।

LEAVE A REPLY

Please enter your comment!
Please enter your name here